ଭୂକମ୍ପରେ ଥରିଲା କାଠମାଣ୍ଡୁ

ଭୂକମ୍ପ ଝଟକା ଅନୁଭବ କରିବା ପରେ ଲୋକେ ଘରୁ ବାହାରକୁ ଚାଲିଆସିଛନ୍ତି…..

ନୂଆଦିଲ୍ଲୀ: ନେପାଳର କାଠମାଣ୍ଡୁ ସମେତ ଅଧିକାଂଶ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ର ନେପାଳର ରାଜଧାନୀ କାଠମାଣ୍ଡୁର ଦକ୍ଷିଣ ପୂର୍ବରେ ୧୪୭ କିଲୋମିଟର ଦୂରତା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଏ ଯାଏ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ଭୂକମ୍ପ ଝଟକା ଅନୁଭବ କରିବା ପରେ ଲୋକେ ଘରୁ ବାହାରକୁ ଚାଲିଆସିଛନ୍ତି । ସୂଚନା ଅନୁଯାୟୀ ନେପାଳ ସୀମାବାର୍ତ୍ତୀ ବିହାରର ମଧୁବନୀ, ସମସ୍ତିପୁର, ଅରିଆ, କଟିହାର, ଶୀତାମାଢ଼ି, ମୁଜାଫରପୁର, ଭାଗଲପୁର ଆଦି ଅଞ୍ଚଳରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।