୨୮୧୯ ନୂଆ ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟର ୨୯ଟି ଜିଲ୍ଲାରୁ ଆଜି ୨୮୧୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୬୯୧ ଚିହ୍ନଟ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନରୁ ୧୧୨୮ ଚିହ୍ନଟ ହୋଇଛନ୍ତି । ଏଥିସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୪୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପଛକୁ କଟକ-୨୫୭, ଗଞ୍ଜାମ-୧୯୨, ବରଗଡ-୧୩୭, ସମ୍ବଲପୁର-୧୪୫, ଗଜପତିରୁ ୬୨, ଜଗତସିଂହପୁର୪୮, ନୟାଗଡ-୬୪ ମାଲକାନଗିରି-୮୩ କନ୍ଧମାଳ-୪୪, ମୟୁରଭଞ୍ଜ -୨୧୯, ଢେ଼ଙ୍କାନାଳ-୧୦୦, ବାଲେଶ୍ୱର-୧୦୫, ପୁରୀ-୧୦୯, ରାୟଗଡା -୧୪୭, ଝାରସୁଗୁଡା -୬୩, କେନ୍ଦ୍ରାପଡା-୬୨, ସୁନ୍ଦରଗଡ଼- ୫୭୦-, ସୋନପୁର-୧୪, ଅନୁଗୋଳ-୨୩, ଗଜପତି-୬୨ ରହିଛନ୍ତି ।

ସେହିଭଳି ରାଜ୍ୟରେ ପୁଣି ୯ ଜଣଙ୍କ ପ୍ରାଣହାନୀ ଘଟିଛି । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି । କଟକରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ମହିଳା ହୋଇଥିବାବେଳେ ୨ ଜଣ ପୁରୁଷ ଥିବା ଜଣାପଡିଛି । ସେହିଭଳି ବଲାଙ୍ଗୀର, ମାଲକାନଗିରି, ରାୟଗଡା ଏବଂ ଗଞ୍ଜାମରେ ଜଣେ ଲେଖାଁଏ ଆଖି ବୁଜିଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣଙ୍କ ପ୍ରାଣହାନୀ ଘଟିଛି । ସେହିଭଳି ରାଜ୍ୟରେ କରୋନା ଆରୋଗ୍ୟ ସଂଖ୍ୟା ୫୦ ହଜାର ଟପିଯାଇଛି ।