ଅଗ୍ରପୂଜ୍ୟ ଗଣପତି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ପବିତ୍ର ଗଣେଶ ଚତୁର୍ଥୀ। ଜ୍ଞାନର ଦେବତା ଗଣପତିଙ୍କର ଉପାସନାର ପର୍ବ। ଭାରତବର୍ଷରେ ବେଶ ହର୍ଷ ଉଲ୍ଲାସରେ ଏହି ପର୍ବ ପାଳିତ ହୁଏ। ତେବେ ଚଳିତ ଥର କରୋନା ମହାମାରୀ ଯୋଗୁଁ ପାର୍ବଣ ଋତୁ ଫିକା ପଡ଼ିଛ।

ସାମାଜିକ ଦୂରତା ରକ୍ଷା ଲାଗି ସାର୍ବଜନୀନ ସ୍ଥାନରେ ପୂଜା ଆୟୋଜନ ଉପରେ ରୋକ ଲାଗିଛି। ହେଲେ ବିଘ୍ନ ବିନାଶକ ଆଜି ଘରେ ଘରେ ଆବିର୍ଭାବ ହୋଇଛନ୍ତି। ପରମ ଭକ୍ତିରେ ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏଁ ସମସ୍ତେ କରୋନା ରୂପକ ବିଘ୍ନ ଦୂର କରିବା ପାଇଁ ଅଗ୍ରପୁଜ୍ୟଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।