୧୩୫ ଭରି ସୁନା ଜବତ

କୋଚି: କେରଳର କନୁର ବିମାନ ବନ୍ଦରରୁ ଜବତ ହୋଇଛି ୧୩୫୭ ଗ୍ରାମର ସୁନା। ୟୁଏଇରୁ ଫେରିଥିବା ଜଣେ ଯାତ୍ରୀ ଏହାକୁ ସାଙ୍ଗରେ ଧରି ଆସିଥିଲେ। ତାଙ୍କୁ ବିମାନ ଗୁଇନ୍ଦା ସଂସ୍ଥା ଗିରଫ କରିଛି।

ସୂଚନା ମୁତାବାକ, ସମ୍ପୃକ୍ତ ଯାତ୍ରୀ ଗଲ୍ଫ ରାଷ୍ଟ୍ର ୟୁଏଇର ସାରଜାହ ବିମାନ ବନ୍ଦରରୁ କେରଳର କନୁରକୁ ଜି୯୬୬୯ ବିମାନ ଯୋଗେ ଆସିଥିଲେ। ଯାତ୍ରୀ ଜଣଙ୍କ କନୁରରେ ପହଞ୍ଚିବା ପରେ ତାଙ୍କ କମ୍ପାଉଣ୍ଡରୁ ଏହି ବିପୁଳ ପରିମାଣର ସୁନା ଜବତ ହୋଇଛି। ଚେକିଂ କଡ଼ାକଡ଼ି ଥିବାରୁ ବ୍ୟକ୍ତି ଜଣକ ଖସିବାରେ ସମର୍ଥ ହେଲେନାହିଁ।

ଏତେ ପରିମାଣର ସୁନା ସେ କେଉଁଠୁ ଆଣିଲେ? ଏହା ତାଙ୍କର ନିଜର ନା ଚୋରି ମାଲ୍? ଏ ପ୍ରଶ୍ନର ଉତ୍ତର ପାଇବା ଲାଗି ଗୁଇନ୍ଦା ସଂସ୍ଥା ତଦନ୍ତ ଚଳାଇଛି। ଗିରଫ ପରେ ଯାତ୍ରୀ ଜଣଙ୍କୁ ଏନେଇ ପଚରାଉଚରା ଚାଲିଛି ବୋଲି କୋଚିର କଷ୍ଟମ କମିସନର କହିଛନ୍ତି।