ଯାଜପୁର: ସକାଳୁ ସକାଳୁ ଯାଜପୁର ଚଣ୍ଡିଖୋଲ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥରେ ଏକ ଟ୍ରକକୁ ଧକ୍କା ଦେଇଛି ପିକ୍ଅପ ଭ୍ୟାନ । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଏବେ ବି ଗୁରୁତର ଥିବା ଜାଣିବାକୁ ମିଳିଛି । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ କୁହୁଡ ଯୋଗୁଁ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଆହୁରି ପଢ଼ନ୍ତୁ...