ରାଜ୍ୟରେ ୪୨୦୯ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର(ଏସ୍ ନ୍ୟୁଜ) : ରାଜ୍ୟରେ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୯ ଜଣଙ୍କର ଜୀବନ ନେଇଛି କରୋନା ଭୁତାଣୁ ।

ବର୍ତ୍ତମାନ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୫ ହଜାର ୫୫୦କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୬୯୧ରେ ପହଁଚିଥିବା ବେଳେ ୧,୩୭,୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭,୨୩୯ ରହିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୩୦ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୪୯୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୭, ଗଞ୍ଜାମ ଜିଲ୍ଲାରୁ ୬୫, ବଲାଙ୍ଗୀର ଜିଲ୍ଲାରୁ ୭୮, ବାଲେଶ୍ବର ଜିଲ୍ଲାରୁ ୧୮୩, କୋରାପୁଟ ଜିଲ୍ଲାରୁ ୧୧୪, ଭଦ୍ରକ ଜିଲ୍ଲାରୁ ୪୩, ରାୟଗଡ଼ା ଜିଲ୍ଲାରୁ ୯୨, ପୁରୀ ଜିଲ୍ଲାରୁ ୩୨୬, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୧, ଜଗତସିଂହପୁର ଜିଲ୍ଲାରୁ ୧୪୬, ସମ୍ବଲପୁର ଜିଲ୍ଲାରୁ ୧୫୪, କଳାହାଣ୍ଡି ଜିଲ୍ଲାରୁ ୯୦, ଯାଜପୁର ଜିଲ୍ଲାରୁ ୧୭୬, କନ୍ଧମାଳ ଜିଲ୍ଲାରୁ ୧୦୨, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୨୩, ମାଲକାନଗିରି ଜିଲ୍ଲାରୁ ୬୩, ଗଜପତି ଜିଲ୍ଲାରୁ ୪୩, ମୟୂରଭଞ୍ଜ ଜିଲ୍ଲାରୁ ୧୦୭ , ଝାରସୁଗୁଡ଼ା ଜିଲ୍ଲାରୁ ୮୦, ଢେଙ୍କାନାଳ ଜିଲ୍ଲାରୁ ୮୦, ନବରଙ୍ଗପୁର ଜିଲ୍ଲାରୁ ୧୦୨, କେନ୍ଦୁଝର ଜିଲ୍ଲାରୁ ୭୨, ସୁବର୍ଣ୍ଣପୁର ଜିଲ୍ଲାରୁ ୮୩, ଅନୁଗୁଳ ଜିଲ୍ଲାରୁ ୧୦୯, ବରଗଡ଼ ଜିଲ୍ଲାରୁ ୧୧୬, ନୂଆପଡ଼ା ଜିଲ୍ଲାରୁ ୫୨, ଦେବଗଡ଼ରୁ ୨୩ ଓ ବୌଦ୍ଧ ଜିଲ୍ଲାରୁ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୨୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ସେହିପରି ୯ ଜଣ ମୃତକଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରୁ ୨ ଜଣ ହୋଇଥିବା ବେଳେ ଭଦ୍ରକ ,ବଲାଙ୍ଗୀର କଟକ,ଗଜପତି, ପୁରୀ ରାୟଗଡା ସମ୍ବଲପୁରରୁ ଜଣେ ଲେଖାଏ ଅଛନ୍ତି । ଗତ ୨୪ଘଣ୍ଟାରେ ରାଜ୍ୟରେ ପୁଣି ୫୦ ହଜାରରୁ କମ୍ ଅର୍ଥାତ ୪୮, ୦୭୫ କରୋନା ନମୁନା ପରୀକ୍ଷା କରାଯାଇଛି।