ତୃତୀୟ ଥର ବିବାହ କରିବେ ୪୬ ବର୍ଷୀୟା ରାଖି ସାୱନ୍ତ

ତୃତୀୟ ଥର ବିବାହ କରିବାର ଅଭିଳାଷ ପୋଷଣ କରିଛନ୍ତି ରାଖି ସାୱନ୍ତ । ମନୋରଂଜନ ଦୁନିଆର ବିନ୍ଦାସ ରାଣୀ । ରାଖିଙ୍କର ପ୍ରଥମ ଦୁଇଟି ବିବାହ ଫେଲ ମାରିଛି ।

ରିତେଶ ରାଜ ସିଂଙ୍କୁ ପ୍ରଥମ ବିବାହ କରିଥିଲେ । ତାଙ୍କୁ ଛାଡ଼ପତ୍ର ଦେଇ ଦ୍ୱିତୀୟ ଥର ପାଇଁ ଆଦିଲ ଖାନ ଦୁରାନୀଙ୍କ ହାତ ଧରିଲେ । କ’ଣ ହେଲା?

ଏବେ ତୃତୀୟ ଥର ବିବାହ ଅଭିଳାଷ ପୋଷଣ କରିଛନ୍ତି ।

କାହାକୁ ବାହା ହେବେ, ଆପଣ ଜାଣନ୍ତି? ରାଖି ବାହା ହେବାକୁ ମନ ବଳାଇଛନ୍ତି ତାଙ୍କଠାରୁ ବୟସରେ ସାନ ରିଆଲିଟି ସୋ’ ନାୟକ ଅଭିଷେକ କୁମାରଙ୍କୁ ।

ରିଆଲିଟି ସୋ’କୁ ଆସିବା ପରେ ରାଖିଙ୍କ ଆଖି ଲାଖିଗଲା ଅଭିଷେକଙ୍କ ଉପରେ । କଥା ଛଳରେ ଅଭିଷେକଙ୍କୁ ତେରେଚ୍ଛା ବାଣ ମାରିଲେ । ଅଭିଷେକ ଲାଜେଇଗଲେ । ବାସ୍

‘ପତି, ପତ୍ନୀ ଔର ପଙ୍ଗା’ ସୋ’ରେ ଏକ ବିବାହ ଉତ୍ସବର ଆୟୋଜନ କରାଯାଇଛି । ସେହି ଉତ୍ସବରେ ରାଖି ଓ ଅଭିଷେକଙ୍କର ହାତଗଣ୍ଠି ପଡ଼ିବ!

ଅଭିଷେକଙ୍କୁ ଦେଖି ରାଖି କହିଲେ, ‘ମୋତେ ମୋ ମନଲାଖି ବର ମିଳିଗଲେ । ଏଇ ପୁଅଟାକୁ ଏଇଠି ବରଣ କରିବି ।’ ସେତିକି ଶୁଣିବା ପରେ ଅଭିଷେକ ସରମରେ ଝାଉଁଳି ଗଲେ ।

ରାଖିଙ୍କୁ କ’ଣ ଜବାବ ଦେବେ, ଭାଷା ପାଇଲେନି ।

ସୋ’କୁ ଯୋଉ ଝିଅ ଆସନ୍ତି ସମସ୍ତେ ଅଭିଷେକଙ୍କ ପ୍ରତି ଦୁର୍ବଳତା ପ୍ରକାଶ କରନ୍ତି । ମାତ୍ର ଅଭିଷେକ ସମସ୍ତଙ୍କୁ ଏଡ଼ାଇ ଯାଆନ୍ତି ।

ରାଖିଙ୍କ କଥାର ଜବାବ ଦେବାକୁ ଯାଇ ଅଭିଷେକ କହି ପକାଇଲେ, ‘ମୁଁ ସେମିତି ମଜାରେ କହିଦେଲି ନା । ମୁଁ କାହାକୁ ମୋ ମନରେ ବସାଇନି ।’

ତହୁଁ ରାଖି କହିଲେ, ‘ମୋତେ ବସାଅ, ପୁରା ଖୁସି କରିଦେବି । ସତ କହୁଛି, ଅଭିଯୋଗ କରିବାକୁ ସୁଯୋଗ ପାଇବନି ।’