୫ କେଜିର ବଜ୍ରକାପ୍ତା ଉଦ୍ଧାର
ଖବର ପାଇ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ବଜ୍ରକାପ୍ତାକୁ ଧରିବାରେ ସଫଳ ହୋଇଛନ୍ତି…
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ଅନ୍ତର୍ଗତ ମାଥିଲି ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ୫ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ମାଥିଲି ଗ୍ରାମର ଜଣଙ୍କ ଘର ନିକଟରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖିବାକୁ ପାଇ ଶ୍ରୀ ପଣ୍ଡା ମାଥିଲି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ବଜ୍ରକାପ୍ତାକୁ ଧରିବାରେ ସଫଳ ହୋଇଛନ୍ତି । ଏହାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ତାକୁ ଜଙ୍ଗଲରେ ଛଡାଯିବ ବୋଲି ସେ ସୂଚନା ଦେଇଛନ୍ତି ।