ଯଶବନ୍ତଙ୍କୁ ଇଡିର ନୋଟିସ

ମାମଲାର ଯାଞ୍ଚ ଇଡି ଫେମା ନିୟମ ଆଧାରରେ କରୁଛନ୍ତି….

ମୁମ୍ବାଇ : ଶିବସେନା ନେତା ଯଶବନ୍ତ ଯାଦବଙ୍କୁ ଇଡି ନୋଟିସ ଜାରି କରିଛନ୍ତି । ଏନେଇ ଭାଜପା ନେତା କିରୀଟ ସୋମେୟା ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସୋମେୟା କହିଛନ୍ତି ଯଶବନ୍ତ ଘର ଉପରେ ଆୟକର ବିଭାଗର ଚଢାଉରେ ମିଳିଥିବା କାଗଜପତ୍ରର ଜାଞ୍ଚରେ ଜଣାପଡିଛି ଯେ ଜାଧବ ଦୁବାଇ ପଇସା ପଠାଇଥିଲେ । ଏହି ମାମଲାର ଯାଞ୍ଚ ଇଡି ଫେମା ନିୟମ ଆଧାରରେ କରୁଛନ୍ତି । ସେହିପରି ଯଶବନ୍ତଙ୍କ ବନ୍ଧୁ ବିମଳ ଅଗ୍ରବାଲଙ୍କୁ ମଧ୍ୟ ଇଡି ନୋଟିସ ଜାରି କରିଛନ୍ତି ।