ଦନ୍ତାକୁ ମାରି ଦାନ୍ତ ନେଇଗଲେ

ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ତାହାର ତଦନ୍ତ ଆରମ୍ଭ ହୋଇଛି

ବୌଦ୍ଧ: ଏକ ଦନ୍ତାହାତୀର ମୃତଦେହ ମିଳିଛି ବୌଦ୍ଧ ବଘିଆପଡ଼ା ସେକ୍ସନ ଭୁର୍କିପଡ଼ା ସଂରକ୍ଷିତ ଜଙ୍ଗଲରୁ । ହାତୀର ଦାନ୍ତକୁ ଶିକାରୀମାନେ କାଟି ନେଇଛନ୍ତି । ଶବ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନେ ବନବିଭାଗକୁ ସୂଚନା ଦେଇଥିଲେ । ମୃତ ହାତୀ ଦେହରେ ଏକାଧିକ ଗୁଳି ବାଜିବାର ଚିହ୍ନ ରହିଛି । ତେଣୁ ଶିକାରୀ ମାନେ ହାତୀକୁ ମାରି ଦାନ୍ତ କାଟି ନେଇଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ତାହାର ତଦନ୍ତ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ଶିକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ବୌଦ୍ଧ ଜଙ୍ଗଲ । ଜିଲ୍ଲାରେ ବନ୍ୟଜନ୍ତୁ ସୁରକ୍ଷିତ ନୁହନ୍ତି ବୋଲି ପୁଣି ଥରେ ପ୍ରମାଣିତ ହୋଇଛି ।