ଜଗତପୁରରେ ଠାବ ହେଲା ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି

ଜଗତପୁରରେ ଠାବ ହେଲା ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି  । ଶୁକ୍ରବାର ସିଏମସି, ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର….

କଟକ: ଜଗତପୁରରେ ଠାବ ହେଲା ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି  । ଶୁକ୍ରବାର ସିଏମସି, ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସର ମିଳିତ ରେଡ୍ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କମ୍ପାନୀ । ଏଠାରେ ଅନେକ ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ନକଲି ମୃଦୁ ପାନୀୟକୁ ବଜାରକୁ ପଠାଯାଉଥିଲା । ଆଉ ଆଜି ଏହି ଫ୍ୟାକ୍ଟ୍ରି ଉପରେ ରେଡ୍ କରି ଜବତ କରିଛି ବିପୁଳ ପରିମାଣର ନକଲି ମୃଦ୍ୟୁ ପାନୀୟ । ନିମ୍ନମାନର କଞ୍ଚାମାଲ ବ୍ୟବହାର କରି ପ୍ରସ୍ତୁତ ହେଉଥିଲା ମୃଦ୍ୟୁ ପାନୀୟ । ସାମ୍ପୁଲ ଯାଞ୍ଚ ପାଇଁ ଲାବ୍ ପଠାଯାଇଛି । ଏହା ସହ ନକଲି ଫ୍ୟାକ୍ଟ୍ରି ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।