ଗଞ୍ଜେଇ ଜବତ ସହ ୩ ଅଟକ

ପୋଲିସ ସେମାନଙ୍କ ଠାରୁ ୩୦୨ କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ…

ମାଲକାନଗିରି : ପୋଲିସକୁ ବଡ ସଫଳତା । ବାହାଦୂରଗୁଡା ଛକ ନିକଟ ଏକ ଜଙ୍ଗଲରେ ଗଞ୍ଜେଇ ଧରି ଛିଡା ହୋଇଥିବା ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ । ସେମାନେ ଏହି ଗଞ୍ଜେଇ ଛତିଶଗଡ ରାଜ୍ୟ ଜଗଦଲପୁର ନେଉଥିଲେ । ପୋଲିସ ସେମାନଙ୍କ ଠାରୁ ୩୦୨ କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ପଠାଯାଇଥିବା ମାଥିଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।