ଇସଲାମାବାଦରେ ଲଙ୍କାକାଣ୍ଡ କଲେ ଇମ୍ରାନଙ୍କ ସମର୍ଥକ

ପ୍ରଦର୍ଶନକାରୀମାନେ ଇସଲାମାବାଦରେ ଚାଇନା ଛକ ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି…

ଇସଲାମାବାଦ : ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଯାତ୍ରା ଇସଲାମାବଦାରେ ପହଞ୍ଚି ସାରିଛି । ସେ ରାଜଧାନୀରେ ପହଞ୍ଚିବା ପରେ ଅଗ୍ନିକାଣ୍ଡ ଦେଖାଯାଇଛି । ପିଟିଆଇ କର୍ମକର୍ତ୍ତା ସହରରେ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ କରିଛନ୍ତି । ସେମାନେ ଡିଭାଇଡରରେ ଲାଗିଥିବା ପତାକାଗୁଡିକରେ ନିଆଁ ଲଗାଇ ଦେଇଛନ୍ତି । ପୋଲିସ ସହିତ ମୁହାଁମୁହିଁ ସମୟରେ ପ୍ରଦର୍ଶନକାରୀମାନେ ଇସଲାମାବାଦରେ ଚାଇନା ଛକ ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି । ଏହା ପୂର୍ବରୁ ଏକ ଦଳ ବୁରହାନ ଇଣ୍ଟରଚେଞ୍ଜ ନିକଟରେ ଅଗ୍ନିକାଣ୍ଡ କରିଥିଲେ । ପିଟିଆଇକୁ ମୁକାବିଲା କରିବା ପାଇଁ ରାଜଧାନୀ ଇସଲାମାବାଦରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ଲାଠିଚାର୍ଜ କରାଯାଇଛି । ଏଥି ସହିତ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ।