ୟୁଟ୍ୟୁବ୍‌ରେ ୫ଶହ ମିଲିୟନ୍‌ ଭ୍ୟୁୟର୍ସ ପାର୍ କଲା ପାନି ପାନି ଗୀତ

ମୁମ୍ବାଇ: ସୁପରହିଟ୍‌ ରାପର ଗାୟକ ବାଦଶାହ ଏବଂ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଗୀତ ‘ପାନି-ପାନି’ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଛି । ‘ଗେନ୍ଦା ଫୁଲ’ ଗୀତର ସଫଳତା ପରେ ଉଭୟ କଳାକାରଙ୍କର ଏବେ ଏହି ଗୀତ ହିଟ୍‌ ହେବାରେ ଲାଗିଛି। ବାଦଶାହ ଏବଂ ଜ୍ୟାକଲିନଙ୍କ ଗୀତଟି ବର୍ତ୍ତମାନ ୟୁଟ୍ୟୁବରେ ସମ୍ପୂର୍ଣ୍ଣ ୫୦୦ ମିଲିୟନ୍‌ ଭ୍ୟୁ ମାର୍କ ଅତିକ୍ରମ କରିଛି । ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ପ୍ରଶଂସକମାନେ ବାଦଶାହ ଏବଂ ଜ୍ୟାକଲିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଗୀତର ଏକ ଭିଡିଓ କ୍ଲିପ୍ ସାରେଗାମା ମ୍ୟୁଜିକ୍‌ ଏହାର ଅଫିସିଆଲ୍‌ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି । ପ୍ରଶଂସକମାନେ ଏହି ଗୀତକୁ ବହୁତ ପସନ୍ଦ କରିଛନ୍ତି ଏବଂ ବାଦଶାହାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ପ୍ରଶଂସକମାନଙ୍କୁ  ଯେ ‘ପାନି-ପାନି’ ଗୀତ ୟୁଟ୍ୟୁବରେ ୫୦୦ମିଲିୟନ୍‌ ଭ୍ୟୁ ଅତିକ୍ରମ କରିଛି ।