ଶିକ୍ଷା ମନ୍ଦିରରେ କଳଙ୍କିତ ଅଧ୍ୟାୟ

ବାଙ୍ଗୁରିଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ସ୍କୁଲରେ ପୂର୍ବତନ ପିଅନଙ୍କ ‘କଳାକାରନାମା’, ଭିଡିଓ ଭାଇରାଲ୍

ସନ୍ଦେହ ଘେରରେ ପ୍ରଧାନଶିକ୍ଷକ 

କାକଟପୁର – : ବିଦ୍ୟାଳୟକୁ ପବିତ୍ର ଶିକ୍ଷା ମନ୍ଦିର କୁହାଯାଉଥିବା ବେଳେ, ସେହି ପରିସର ମଧ୍ୟରେ ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ବାଙ୍ଗୁରିଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଅବସରପ୍ରାପ୍ତ ପିଅନଙ୍କ ଅଶାଳୀନ କାର୍ଯ୍ୟକଳାପ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍କୁଲ୍ ପରିସର ଭିତରେ ଜଣେ ଯୁବତୀଙ୍କ ସହ ଉକ୍ତ ପୂର୍ବତନ କର୍ମଚାରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍ ହେବା ପରେ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଓ ନୈତିକତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ବାଙ୍ଗୁରିଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ପୂର୍ବତନ ପିଅନ ଅବସର ଗ୍ରହଣ କରିବା ପରେ ମଧ୍ୟ ବିଦ୍ୟାଳୟ ପରିସରକୁ ବାରମ୍ବାର ଆସୁଥିଲେ। ତେବେ ଗତକାଲି ସ୍କୁଲ୍ ପରିସର ମଧ୍ୟରେ ଜଣେ ଯୁବତୀଙ୍କ ସହ ତାଙ୍କର କିଛି ଅସଂଯତ ମୁହୂର୍ତ୍ତର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ବୟସ୍କ ବ୍ୟକ୍ତି ତଥା ଶିକ୍ଷାନୁଷ୍ଠାନର ପୂର୍ବତନ କର୍ମଚାରୀଙ୍କଠାରୁ ଏଭଳି କାର୍ଯ୍ୟକଳାପ କେହି ଆଶା କରିନଥିଲେ। ​​ଏହି ଘଟଣା ପରେ ଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବାଳିକା ବିଦ୍ୟାଳୟ ପରିସରକୁ ଜଣେ ଅବସରପ୍ରାପ୍ତ କର୍ମଚାରୀ କିଭଳି ଅବାଧରେ ପ୍ରବେଶ କରୁଥିଲେ ଏବଂ ଏଭଳି ଅନୈତିକ କାର୍ଯ୍ୟ କରିବାକୁ ସୁଯୋଗ ପାଇଲେ, ତାହାକୁ ନେଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଟାଣିଛନ୍ତି ସ୍ଥାନୀୟ ବାସିନ୍ଦା। ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା ଏତେ ଦୁର୍ବଳ କି ବୋଲି ପ୍ରଶ୍ନ ଉଠିଛି।ଭିଡିଓ ଭାଇରାଲ ପରେ ଘଟଣା କୁ ଗୁରୁତ୍ୱ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଢ଼ୀ ତୁରନ୍ତ ହସ୍ତକ୍ଷେପ କରିଛନ୍ତି। ସେ କହିଛନ୍ତି, “ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ସମ୍ବେଦନଶୀଳ।
ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଏ ସମ୍ପର୍କରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପୃଥକ ତଦନ୍ତ ରିପୋର୍ଟ ମଧ୍ୟ ମଗାଯାଇଛି। ଅପରପକ୍ଷରେ ପୋଲିସ ଏବଂ ପ୍ରଶାସନ ଏହି ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଦ୍ୟାଳୟ ର ମୁଖ୍ୟ ଫାଟକ, ଶ୍ରେଣୀ ଗୃହ ର ଚାବି କିଭଳି ଉକ୍ତ ଅବସରପ୍ରାପ୍ତ କର୍ମଚାରୀ ଙ୍କ ପାଖକୁ ଆସିଲା ଭିଡିଓ ପରେ କାହିଁକି ଆସିଲ କହି ଉକ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କାହିଁକି ଦୌଡ଼ିଲେ କାହିଁକି ଫେରାର ହେଇଗଲେ ଏମିତି ଅନେକ ଅସୁମାରୀ ପ୍ରଶ୍ନ ବାଙ୍ଗୁରିଗାଁ ରେ ଶୁଣିବାକୁ ମିଳୁଥିବା କାହିଁକି ତଦନ୍ତ ପରିସରଭୁକ୍ତ ହେବେ ନାହିଁ ପ୍ରଧାନଶିକ୍ଷକ ତାଙ୍କ ଜାଣତରେ ଏମିତି ଅନେକ ଘଟଣା ଚପି ଯାଉ ନାହିଁ ତ ଶିକ୍ଷା ର ମନ୍ଦିର ରେ ଅସୁର ରୂପୀ ରାକ୍ଷସ କେବେ ବିଲୁପ୍ତ ହେବେ ପୁରାତନ ଛାତ୍ରଛାତ୍ରୀ ଦାବି କରିଛନ୍ତି।