ରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ମହିଳା ଦିବସ -ସମ୍ମାନିତ ହେଲେ ୧୦ ଶ୍ରେଷ୍ଠ ମହିଳା ରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ….. By Abhilas On Mar 13, 2026 0 ଭୁବନେଶ୍ବର- ରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେିଇଯାଇଛି। ଏହି ଅବସରରେ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯିବା ସହ ମହିଳାମାନେ ସମାଜରେ ନିଜକୁ ସୁରକ୍ଷିତ ରଖି ଆଗକୁ ବଢିପାରିବେ ତାହା ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ରୋଟାରୀ ଡିଷ୍ଟ୍ରିକ୍ଟ -୩୨୬୨ର ନାରୀ ସଶକ୍ତିକରଣ ଅଧ୍ୟକ୍ଷା , ରୋଟାରିଆନ ମମତା ବାଜପେୟୀ, ସହ ଅଧ୍ୟକ୍ଷା ଅର୍ପିତା ମହାନ୍ତି ଏହି ଡିଷ୍ଟ୍ରିକ୍ଟ ଆଲୋଚନାଚକ୍ରକୁ ରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲାର ସହ ଭାଗିତାରେ ସଫଳ କରାଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳ ରୋଟାରିଆନ ମନୋଜ କୁମାର ତ୍ରିପାଠୀ ଯୋଗଦାନ କରି ରୋଟାରୀ କ୍ଲବମାନେ କିଭଳି ସମାଜସେବାରେ ନିଜକୁ ବ୍ରତୀ କରିଛନ୍ତି ତାହା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ.ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର, ଡ.ପ୍ରତିଭା ମହାରଥି, ସାଧନା ମିଶ୍ର, ଋତୁପର୍ଣ୍ଣା ମହାନ୍ତି ଯୋଗଦେଇ ମହିଳାଙ୍କ ସମ୍ମାନ, ସୁରକ୍ଷା, ପ୍ରଗତି ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ୧୦ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ଦୁଇ ଜଣ ବ୍ୟକ୍ତିଙ୍କୁ ହୁଇଲ୍ ଚେୟାର, ସ୍ବାବଲମ୍ବୀ ପାଇଁ ଦୁଇ ମହିଳାଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା। ରୋଟାରୀ କ୍ଲବ୍ ଆଞ୍ଜେଲା ସଭାପତି ରୋଟାରିଆନ ସୁରଭି ଦାଶ, ସମ୍ପାଦିକା ରୋଟାରିଆନ ଅମିତା ମିଶ୍ର, ସବିତା ମହାନ୍ତି, ଚୁମକି ଘୋଷାଲ, ଅମୀୟବାଳା ପରିଡା, ତୃପ୍ତିରେଖା ଭଞ୍ଜଦେଓ, ସୁଜାତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ। ଆହୁରି ପଢ଼ନ୍ତୁ... ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି… Sep 19, 2026 ମହାପ୍ରସାଦ ପ୍ରସ୍ତୁତି ପାଇଁ… Sep 19, 2026 ଦୁଇ ବର୍ଷରେ ଓଡିଶାର ଶିଳ୍ପାୟନର… Sep 19, 2026 ପ୍ରେମ ସମ୍ପର୍କକୁ ନେଇ… Sep 19, 2026 Continue Reading #shaksinewsodia newsodisha newsstatenews 0 Share