କାର-ଟ୍ରକ ମୁହାଁମୁହିଁ ଧକ୍କାରେ ଚାଲିଗଲା ଦୁଇ ଜୀବନ ମୃତ୍ୟୁ

ସମ୍ବଲପୁର, (ଏସ୍‌ ନ୍ୟୁଜ): କାର-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ୫୫ ନଂ ଜାତୀୟ ରାଜପଥ କୟାକୁଦ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ଅନୁସାରେ ରାଉରକେଲା ଛେଣ୍ଡ ଅଞ୍ଚଳର ୪ଜଣ ଏକ ବ୍ରିଜା କାର (ଓଡ଼ି ୦୨ ଏକ୍ୟୁ ୭୦୪୯)ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ । ଠିକ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ(କେଏ ୨୫ ବି ୮୫୦୧) ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଦୁର୍ଘଟଣାରେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳି ପାରିନାହିଁ ।