ଭୁବନେଶ୍ୱର (ଏସ ନ୍ୟୁଜ ): ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୭୨ରେ ପହଞ୍ଚିଛି।
ଆଜି କଟକରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ସେହିପରି ବୌଦ୍ଧ, ଭୁବନେଶ୍ୱର, କଳାହାଣ୍ଡି, ରାୟଗଡ, ଗଞ୍ଜାମ, କେନ୍ଦ୍ରାପଡା, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ସୁନ୍ଦରଗଡ, ଯାଜପୁର ଓ ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଅନ୍ୟପଟେ ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ୨୬୦୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୧୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧କୁ ବୃଦ୍ଧି ପାଇଛି ।
ତେବେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତନକ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୮୫, କଟକରୁ ୨୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୧୬ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬୪ଜଣ, ବରଗଡ଼ ଜିଲ୍ଲାରୁ ୯୦ଜଣ, ଭଦ୍ରକ ଜିଲ୍ଲାରୁ ୫୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୪ଜଣ, ବୌଦ୍ଧ ଜିଲ୍ଲାରୁ ୩୧ଜଣ, ଦେଓଗଡ଼ ଜିଲ୍ଲାରୁ ୧୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ଜଣ, ଗଜପତି ଜିଲ୍ଲାରୁ ୮ଜଣ, ଗଞ୍ଜାମ ଜିଲ୍ଲାରୁ ୨୯ଜଣ, ଜଗତସିଂହପୁର ଜିଲ୍ଲାରୁ ୮୪ଜଣ, ଯାଜପୁର ଜିଲ୍ଲାରୁ ୧୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୭ଜଣ, କଳାହାଣ୍ଡି ଜିଲ୍ଲାରୁ ୭୬ଜଣ, କନ୍ଧମାଳ ଜିଲ୍ଲାରୁ ୩୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୦ଜଣ, କେନ୍ଦୁଝର ଜିଲ୍ଲାରୁ ୫୧ଜଣ, କୋରାପୁଟ ଜିଲ୍ଲାରୁ ୩୧ଜଣ, ମାଲକାନଗିରି ଜିଲ୍ଲାରୁ ୫୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୦ଜଣ, ନୟାଗଡ଼ ଜିଲ୍ଲାରୁ ୩୫ଜଣ, ନୂଆପଡ଼ା ଜିଲ୍ଲାରୁ ୯୫ଜଣ, ପୁରୀ ଜିଲ୍ଲାରୁ ୪୯ଜଣ, ରାୟଗଡ଼ା ଜିଲ୍ଲାରୁ ୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୪୯ଜଣ, ସୋନପୁର ଜିଲ୍ଲାରୁ ୪୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୮୬ଜଣ, ଷ୍ଟେଟପୁଲରୁ ୭୪ଜଣ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୫୯୫୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୫୪୨୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୩୨୯୮୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୩୮୭୮୯୯୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।