ଭୁବନେଶ୍ୱର : ଆସନ୍ତା ୩୧ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ସବୁ ଧର୍ମାନୁଷ୍ଠାନ ତିନି ଦିନ ପର୍ଯନ୍ତ ବନ୍ଦ ରହିବ । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ରକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଡିସେମ୍ବର ୩୧ରୁ ଆସନ୍ତା ଜାନୁଆରୀ ୨ ଯାଏଁ ୩ ଦିନ ଧରି ବିଏମସି ଅଧୀନରେ ଥିବା ମନ୍ଦିର, ମସଜିଦ, ଗୁରୁଦ୍ୱାରା, ଚର୍ଚ୍ଚ ଆଦି ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ।