ରାଜ୍ୟରେ ପୁଣି ୫ଜଣ ଓମିକ୍ରନ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରିଚାଲିଛି ଓମକ୍ରିନ । ପୁଣି ୫ଜଣ ନୂଆ ଓମିକ୍ରନ ଚି଼ହ୍ନଟ ହୋଇଛନ୍ତି । ଓମକ୍ରିନ ଚିହ୍ନଟଙ୍କ ମଧ୍ୟରେ ୪ ଜଣ ପୁରୁଷ ଜଣେ ମହିଳା ଥିବା ଜଣାପଡିଛି । ତେବେ ସବୁଠୁ ବଡ କଥା ହେଉଛି ଯେ, ୪ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିବା ବେଳେ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସମସ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ସରିଥିବା ବେଳେ କିଛି ବ୍ୟକ୍ତି ପଜିଟିଭ ହୋଇଛନ୍ତି । ଏହା ସହ ସମସ୍ତଙ୍କ ଜେନମ ସିକ୍ୟୁଏନ୍ସିଂ ପାଇଁ ପଠାଯିବା ସହ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ରାଜରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚି଼ହ୍ନଟ ହୋଇସାରିଛନ୍ତି ।