ଦାୟିତ୍ୱ ଗ୍ରହଣ କଲେ ନୂଆ ଡିଜିପି ସୁନୀଲ ବଂଶଲ

ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଶାର ନୂଆ ଡିଜିପି । ସୁନୀଲ କୁମାର ବଂଶଲ ଓଡ଼ିଶାର ଡିଜିପି ଭାବରେ ଆଜି ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ସ୍ଥିତ ପୋଲିସ ଡିଜିପି ମୁଖ୍ୟାଳୟରେ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ବଂଶଲ । କେନ୍ଦ୍ରୀୟ ଡେପୁଟେସନରେ ଥିବା ବଂଶଲ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ।

ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ସୁନୀଲ କହିଥିଲେ ଯେ, ପୋଲିସ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ନେଇ ସେ କାର୍ଯ୍ୟ କରିବେ । ଲୋକଙ୍କ ମନରେ ପୋଲିସ ପ୍ରତି ଥିବା ଭୟ ଦୂର କରିବା ସହ ଜନସାଧାରଣଙ୍କୁ କିପରି ନ୍ୟାୟ ମିଳିବ ତା’ ଉପରେ ଫୋକସ୍ ରହିବ । ରାଜ୍ୟରେ ଚାଲିଥିବା ସାଇବର କ୍ରାଇମ, ନିଶା କାରବାର ଓ ମାନବ ଚାଲାଣକୁ ରୋକିବା ନେଇ ସେ ପଦକ୍ଷେପ ନେବେ ବୋଲି କହିଥିଲେ ।