ମଡେଲିଂ ନାଁରେ ଠକେଇ ଅଭିଯୋଗ

ଭୁବନେଶ୍ୱର: ମଡେଲିଂ ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଜଣେ ଯୁବତୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ନିର୍ଦ୍ଦେଶକ ଅବିନାଶ ରାଉତ ଲକ୍ଷେ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ଜଣେ ଯୁବତୀ । ତେବେ ତାଙ୍କ ନାଁ ହେଉଛି ଅନୁପ୍ରିିୟା ଚାନ୍ଦ । ସେ ଆଜି ଅବିନାଶ ରାଉତଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ତେବେ ଖାଲି ସେ ନୁହନ୍ତି ପୂର୍ବରୁ ବି ଅନେକ ଯୁବକ-ଯୁବତୀଙ୍କୁ ମଡେଲିଂ ନାମରେ ଠକି ଥିବା ଜଣାପଡ଼ିଛି । ଏଥିରେ ୧୦ ଜଣ ଯୁବତୀ ଓ ୮ ଜଣ ଯୁବକଙ୍କ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅନୁପ୍ରିୟା କହିଛନ୍ତି ଯେ, ବିଜ୍ଞାପନ ଶୁଟିଂ ସହ ମଡେଲିଂରେ ସୁଯୋଗ ଦେବାକୁ ନିର୍ଦ୍ଦେଶକ ଅବିନାଶ କହିଥିଲେ । ନିଜକୁ ଜଣେ ୱେବ ଚ୍ୟାନେଲର ମାଲିକ ବୋଲି ଦର୍ଶାଇ ଏପରି ଠକୁଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ୧ ଲକ୍ଷ ୮୦ ହଜାର ଟଙ୍କାର ଫେକ୍ ସ୍କ୍ରିନ ସଟ୍ ପଠାଇ ଯୁବତୀଙ୍କୁ ଠକିବାୁକ ଚେଷ୍ଟା କରିଥିବା ମଧ୍ୟ କହିଛନ୍ତି ଅନୁପ୍ରିୟା । ପୋଲିସ୍ ବର୍ତ୍ତମାନ ଘଟଣାର ତଦନ୍ତ ଚଳାଇଛି । ପୋଲିସ୍ ଅବିନାଶ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଅବିନାଶଙ୍କ ମୋବାଇଲ୍ ବର୍ତ୍ତମାନ ସୁଇଚ୍ ଅଫ୍ ଅଛି ।