ଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପକ୍ଷରୁ ଏହି ବସ ସେବା ପ୍ରଚଳନ କରାଯାଇଛି। ଡିଏମଆରସି ମୋଟ ୧୫୦ ବିଦ୍ୟୁତ ଚାଳିତ ବସ ଆଣିଥିବାବେଳେ ଗୁରୁବାର ୨୫ଟି ଇ-ବସ୍ ଦୁଇଟି ପଥରେ ଚଳାଚଳ ଆରମ୍ଭ କରିଛି। ଏହି ବସଗୁଡିକ କେବଳ ମେଟ୍ରୋ ରେଳଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ଏବଂ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନିକଟରୁ ନଗଦ ଅର୍ଥ ନିଆଯିବ ନାହିଁ। ପ୍ରତ୍ୟେକ ବସରେ ୨୪ ଜଣ ଯାତ୍ରୀ ବସିବା ବ୍ୟବସ୍ଥା ରହିଛି। ଏହି ବସଗୁଡିକ ସମ୍ପୂର୍ଣ୍ଣ ଭାବରେ ସଂସର୍ଗ ବିହୀନ ଏବଂ ଏଥିରେ କୌଣସି କଣ୍ଡକ୍ଟର ମଧ୍ୟ ରହିବେ ନାହିଁ। ମେଟ୍ରୋ ସ୍ମାର୍ଟ କାର୍ଡ ଜରିଆରେ ଏଥିରେ ଯାତ୍ରା କରିହେବ। ତାହାଛଡା ଧାର୍ଯ୍ୟ ରହଣି ସ୍ଥଳ ବ୍ୟତୀତ ଏହା ଅନ୍ୟ କେଉଁଠାରେ ରହଣି କରିବନାହିଁ। ଯାତ୍ରୀମାନେ ବସ ରହଣି ସ୍ଥଳରୁ ଯାତ୍ରା ଆରମ୍ଭ କରିବାପରେ ସେମାନେ କେବଳ ମେଟ୍ରୋ ଷ୍ଟେସନଗୁଡିକରେ ଓହ୍ଲାଇ ପାରିବେ।