ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ ମାଡ

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଜଣେ ଯୁବତୀଙ୍କ ଉପରକୁ ଏସିଡ ମାଡ ହୋଇଥିବା ଜଣାଯାଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଯୁବକଜଣକ ଫେରାର ହୋଇଯାଇଥିବା ବେଳେ ଏସିଡ ମାଡ଼ର କାରଣ ଜଣାପଡ଼ିନି। ଭୁବନେଶ୍ୱର ଧଉଳି ଥାନା ବାଲିଆପଡା ଗାଁରେ ଏହି ଘଟଣା ଘଟିଥିବା ଜଣାଯାଇଛି। ପୁଲିସ୍‌ର ପ୍ରାଥମିକ ସୂଚନା ଅନୁଯାୟୀ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ । ତେବେ କେଉଁ କାରଣରୁ ଯୁବକଜଣକ ଯୁବତୀଙ୍କ ଉପରକୁ ଏସିଡ ମାଡ଼ କଲେ ତାହା ସ୍ପଷ୍ଟ ହୋଇପାରିନି। ଘଟଣାସ୍ଥଳରେ ଧଉଳି ଥାନା ପୁଲିସ୍‌ ତଦନ୍ତ ଜାରି ରଖିଛି