ନରମ ନୁହେଁ ଗରମ ଆଭିମୁଖ୍ୟ ଦେଖାଇଲେ ନବୀନ 

ପ୍ରଧାନମନ୍ତ୍ରୀଙ୍କୁ କଲେ ଟାର୍ଗେଟ । ତୁମର ଓଡ଼ିଶା ଓଡ଼ିଆଙ୍କ ପ୍ରତି କଣ ଅବଦାନ ବୋଲି ପଚାରିଲେ ପ୍ରଶ୍ନ । ଶନିବାର ଫୁଲବାଣୀ, ବଲାଙ୍ଗୀର, ବରଗଡ଼ରେ ନିର୍ବାଚନୀ ପ୍ରଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

‘ଯାହାଙ୍କୁ ଜିଲ୍ଲା ନାଁ ଜଣାନାହିଁ, ସେ ଲୋକଙ୍କ ଦୁଃଖ କେମିତି ବୁଝିବେ ?’ ବୋଲି ପ୍ରଶ୍ନ କରିଥିଲେ ମୋଦି । ଆହୁରି ମଧ୍ୟ କହିଥିଲେ ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି ।

ବିନା କାଗଜ କଲମରେ ଓଡ଼ିଶାର ସବୁ ଜିଲ୍ଲା ନାଁ କହିପାରିବେ କି । ଏବଂ ସେ ନିର୍ବାଚନ ଲଢୁଥିବା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର ୧୦ଟି ଗାଁର ନାଁ କହିପାରିବେ କିଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି’ ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ ମୋଦିଙ୍କ ସମାଲୋଚନାକୁ କାଉଣ୍ଟର କରିଛନ୍ତି ନବୀନ ପଟ୍ଟନାୟକ ।

ଏକ ଭିଡିଓ ସେୟାର କରି ସେ କହିଛନ୍ତି ‘ମୋର କ’ଣ ମନେ ଅଛି କି ନାହିଁ, ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲଭାବେ ଜାଣିଛନ୍ତି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେରଖିଛନ୍ତି । ଓଡ଼ିଆ ଭାଷା, ଶାସ୍ତ୍ରିୟ ଭାଷା ହେଲା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲିଗଲେ । ଆପଣ ଓଡ଼ିଶୀ ସଂଗୀତକୁ ଭୁଲିଗଲେ ।

ମୁଁ ଓଡ଼ିଶୀ ମ୍ୟୁଜିକକୁ କ୍ଳାସିକାଲ ମାନ୍ୟତା ପାଇଁ ମୁଁ ୨ ଥର ପ୍ରପୋଜାଲ ପଠାଇଥିଲି । ଆପଣ ୨ ଥର ରିଜେକ୍ଟ କଲେ। ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି। କେତେ ନାଁ ଆଜି ଆପଣ ବି କହିଲେ’।

‘କେହି ଜଣେ ହେଲେ ବି ଭାରତରତ୍ନ ପାଇଁ ଠିକ୍ ଲାଗିଲେ ନାହିଁ କି ? ଆପଣ ଭାରତ ରତ୍ନ ବାଣ୍ଟିଲାବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ ? ଆପଣ ୨୦୧୪ ଏବଂ ୨୦୧୯ରେ ନିଜେ କରିଥିବା ପ୍ରମିସେସକୁ ମନେ ରଖିଛନ୍ତି କି ?

ମୋଦିଙ୍କ ଆଟାକ ଏବଂ ନବୀନଙ୍କ କାଉଣ୍ଟର ଆଟାକରୁ ଯାହା ଜଣାପଡୁଛି ଏଥର ଫାଇଟ ଜୋରଦାର ହେଉଛି । ଓଡ଼ିଶା ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ଜି ଜାନ ଲଗାଇ ଦେଇଛି ଭାରତୀୟ ଜନତା ପାର୍ଟି । ଜୁନ ପ୍ରଥମ ସପ୍ତାହରେ ଜଣାପଡିବ ଓଡ଼ିଶାରେ କିଏ ଗଢୁଛି ସରକାର । ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରୁଛନ୍ତି ନା ବିଜେପିର ଡବଲ ଇଞ୍ଜିନ ସରକାର ଆସୁଛି ।