ରାଜନୀତିରେ ମାଗଣା ବିଜୁଳି

ସା କ ସି ନ୍ୟୁଜ୍ ବ୍ୟୁରୋ: ସାରା ଦେଶରେ ୨୪ ଘଂଟିଆ ମାଗଣା ବିଜୁଳି ସହିତ ମାଗଣା ଶିକ୍ଷା ବାବଦରେ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଆବାହକ ଅରବିନ୍ଦ କେଜ୍ରିୱାଲ । ଆଜି ଆପ୍ ନିର୍ବାଚନୀ ଇସ୍ତାହାର ଜାରି କରିଛି । ଯେଉଁଥିରେ ୧୦ଟି ଗ୍ୟାରେଂଟି ବାବଦରେ ଘୋଷଣା କରିଛି ଆପ୍ ।

ରବିବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ରାଷ୍ଟ୍ରୀୟ ଆବାହକ ୧୦ଟି ପ୍ରତିଶ୍ରୁତି ଦେଇଛନ୍ତି । ସେ ଗିରଫ ହୋଇଥିବାରୁ ନିର୍ବାଚନୀ ଇସ୍ତାହାର ଘୋଷଣା ବିଳମ୍ବିତ ହୋଇଛି ବୋଲି ଦିଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବେ ବି ଅନେକ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । କେଜ୍ରିୱାଲ କହିଛନ୍ତି ଯେ ସେ ଏହି ଗ୍ୟାରେଂଟି ବିଷୟରେ ଇଣ୍ଡିଆ ମେଂଟର ସହଯୋଗୀଙ୍କ ସହ ଆଲୋଚନା କରିନାହାଁନ୍ତି, କିନ୍ତୁ ଏହାକୁ ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ଆଶା କରିଛନ୍ତି ।

– ସାରା ଦେଶରେ ୨୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି ସେବା
– ମାଗଣା ଶିକ୍ଷା ବ୍ୟବସ୍ଥା ସହିତ ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲ ଉନ୍ନତ ହେବ
– ଘରୋଇ ହସ୍ପିଟାଲ ତୁଳନାରେ ସରକାରୀ ହସ୍ପିଟାଲର ବ୍ୟବସ୍ଥା ଉନ୍ନତ ହେବ
– ଚାଇନା ଦଖଲରେ ଥିବା ଜମି ପୁନରୁଦ୍ଧାର ହେବ, ସେନା ସଂପୂର୍ଣ୍ଣ ସ୍ୱାଧୀନତା ପାଇବ
– ମୋଦୀ ସରକାରର ଅଗ୍ନୀବିର ଯୋଜନା ରଦ୍ଦ ହେବ
– ଦିଲ୍ଲୀକୁ ପୁର୍ଣ୍ଣ ରାଜ୍ୟମାନ୍ୟତା ମିଳିବ
– ପ୍ରତିବର୍ଷ ୨ କୋଟି ନିଯୁକ୍ତିର ଗ୍ୟାରେଂଟି
– ଦେଶକୁ ଦୁର୍ନୀତିରୁ ମୁକ୍ତ କରିବାକୁ ପ୍ରତିଶ୍ରୁତି
– ଚାଇନାର ବାଣିଜ୍ୟ କ୍ଷମତାକୁ ଅତିକ୍ରମ କରିବା ଲକ୍ଷ୍ୟରେ ସରଳ ହେବ ଜିଏସଟି

ବଡ କଥା ହେଉଛି ଏବେ ବିଭିନ୍ନ ରାଜନୈତିକ ଦଳ ମାଗଣା ବିଜୁଳି ବାବଦରେ ପ୍ରତିଶ୍ରୁତି ଦେଉଛନ୍ତି । ବିଜୁଳି ବିନା ଏବେ ଜୀବନ ଅତିବାହିତ ହେବା ସମ୍ଭବ ନୁହେଁ । ଏପରି ସ୍ଥିତିରେ ନିର୍ବାଚନ ବେଳେ ବିଜୁଳି ଗୋଟିଏ ପ୍ରମୁଖ ପ୍ରସଙ୍ଗ ପାଲଟିଛି ।

ଓଡିଶାରେ ବିଜେଡି ୧୦୦ ୟୁନିଟ୍ ମାଗଣା ବିଜୁଳି, କଂଗ୍ରେସ ୨୦୦ ୟୁନିଟ୍ ଏବଂ ବିଜେପି ପିଏମ୍ ତ୍ସର୍ଯ୍ୟ ଘର ଯୋଜନା ଘୋଷଣା କରିଛି । ଯେଉଁଥିରେ ସୌର ଶକ୍ତି ଜରିଆରେ ଜଣେ ବ୍ୟକ୍ତି ମାଗଣାରେ ବିଜୁଳି ସେବା ପାଇପାରିବ ।

ପ୍ରଥମେ ଦିଲୀରେ ମାଗଣା ବିଜୁଳ ସେବା ଆରମ୍ଭ ହୋଇଛି । ଆପ ସରକାର ୧୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦେଉଥିଲା । କିନ୍ତୁ ମାର୍ଚରେ ଏହାକୁ ୨୦୦ ୟୁନିଟ୍ ଯାଏ କରିଛି । ଦିଲ୍ଲୀରେ ବିଜୁଳି ଉତ୍ପାଦନ ହୁଏ ନାହିଁଁ । କିନ୍ତୁ ଅନ୍ୟ ରାଜ୍ୟଠୁ ବିଜୁଳି କିଣି ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଆପ ଦଳ ଦୁଇ ଥର କ୍ଷମତାକୁ ଆସିଛି ।