୨୮ରୁ ଅଙ୍ଗନୱାଡ଼ି

ଭୁବନେଶ୍ୱର : ସାରା ଦେଶରେ କୋଭିଡ-୧୯ ତାଣ୍ଡବ ମଚାଇବା ପରେ ଏବେ ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି ସଂକ୍ରମଣ ହାର । ସେହିପରି ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସଂପୂର୍ଣ୍ଣ କଟକଣା କୋହଳ କରାଯାଇଥିବାବେଳେ ଆଉ କିଛି ରାଜ୍ୟରେ ଧିରେ ଧିରେ କୋଭିଡ କଟକଣା ହଟାଉଛନ୍ତି । ସେହିପରି ଓଡିଶାରେ ଏବେ ସ୍ଥିତିରେ ସୁଧାର ଆସିଥିବାରୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

କରୋନା ଓଡିଶାରେ ମଧ୍ୟରେ କଟକଣା କୋହଳ କରାଯିବା ସହ ଅନେକ ସ୍କୁଲ ମଧ୍ୟରେ ଖୋଲିସାରିଲାଣି । ସେହିପରି ଏବେ ଛୋଟ ପିଲାଙ୍କ ପାଇଁ ଅଙ୍ଗନୱାଡ଼ି ଆସନ୍ତା ୨୮ ତାରିଖରୁ ଖୋଲିବାକୁ ଯାଉଛି । ସକାଳ ୭.୩୦ରୁ ୯.୩୦ ପର୍ଯ୍ୟନ୍ତ ପିଲାମାନେ ପାଠପଡ଼ିବେ । କରେନା କଟକଣା ସହିତ ପିଲାମାନଙ୍କର ପାଠପଢ଼ା ହେବ ।