ପୁଣି ଅଡୁଆରେ ଦବଙ୍ଗ ଖାନ୍‌

ମୁମ୍ବାଇ : ପୁଣି ଅଡୁଆରେ ବଲିଉଡ ଦବଙ୍ଗ ଷ୍ଟାର ତଥା ସଲମାନ ଖାନ । ବିବାଦ ପାଇଁ ସଲମାନ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଥରେ ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ଅଡୁଆରେ ପଡିଛନ୍ତି । ବିଗତ କିଛି ବର୍ଷ ତଳେ ସଲମାନ ଖାନ ଏବଂ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ଜଣେ ସାମ୍ବାଦିକ ଅଭିଯୋଗ କରିଥିଲେ । ଅଭିଯୋଗର କାରଣ ହେଲା ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦିଆଯାଇଥିଲା । ଏନେଇ ମୁମ୍ବାଇର ଆନ୍ଧାରି ମାଜିଷ୍ଟ୍ରେଟ କୋର୍ଟ ବଲିଉଡ ଅଭିନେତା ସଲମାନ ଖାନଙ୍କ ବିରୋଧରେ ଏକ ସମନ ପଠାଇଛନ୍ତି।

ସୂଚନା ସଲମାନ ଆସନ୍ତା ଏପ୍ରିଲ ୫ରେ କୋର୍ଟରେ ହାଜର ହେବେ । ଏକ ରିପୋର୍ଟ ଅନୁଯାୟୀ ସାମ୍ବାଦିକ ଅଶୋକ ପାଣ୍ଡେ ୨୦୧୯ରେ ସଲମାନ ଖାନ ଏବଂ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗରେ ଦର୍ଶାଯାଇଛି ଯେ, ୨୦୧୯ ମସିହାରେ ସେ ତାଙ୍କ କ୍ୟାମେରାମ୍ୟାନଙ୍କ ସହ କ କୌଣସି ସ୍ଥାନକୁ ଯାଉଥିଲେ ଏବଂ ସଲମାନ ଖାନ ସାଇକେଲ ଚଳାଉଥିବାର ଦେଖିଥିଲେ ।

ଅଭିନେତାଙ୍କ ଉଭୟ ବଡିଗାର୍ଡଙ୍କ ଠାରୁ ଅନୁମତି ନେବା ପରେ ଅଶୋକ ତାଙ୍କ ଭିଡିଓ ରେକର୍ଡିଂ ଆରମ୍ଭ କରିଥିଲେ । ସଲମାନ ଖାନ ଏ ବିଷୟରେ ଜାଣିବା ମାତ୍ରେ ସେ ଏହାକୁ ବିରୋଧ କରିବା ସହ ସଲମାନଙ୍କ ବଡିଗାର୍ଡ ମଧ୍ୟ ତାଙ୍କ ଉପରେ ହାତ ଉଠାଇଥିଲେ । ତେବେ ଅଶୋକ ଆହୁରି ଅଭିଯୋଗ କରିଛନ୍ତି ଯେ, ସଲମାନ ତାଙ୍କୁ ମାରିବା ସହ ତାଙ୍କୁ ଫୋନ କରି ଧମକ ମଧ୍ୟ ଦେଇଥିଲେ ।