ବ୍ରାଉନ୍ ସୁଗାର ସହ ବନ୍ଧୁକ ଜବତ, ତିନି ଗିରଫ

ବ୍ରାଉନ୍ ସୁଗାର୍ ଓ ବନ୍ଧୁକ ଜବତ …

ଅନୁଗୁଳ: ବ୍ରାଉନ୍ ସୁଗାର୍ ଓ ବନ୍ଧୁକ ଜବତ କରିବା ସହିତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ । ସୂଚନା ମୁତାବକ, ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ମିନି ଷ୍ଟାଡିୟମରେ କିଛି ଯୁବକ ବସି ମଦ ପିଉଥିଲେ । ପୁଲିସ ହଠାତ୍ ସେଠାରେ ପହଂଚି ତଲାସି କରିଥିଲା ।

ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍ ୩୦ ଗ୍ରାମ୍ ବ୍ରାଉନ୍ ସୁଗାର, ଗୋଟିଏ ବନ୍ଧୁକ ଓ ତିନୋଟି ଜୀବନ୍ତ ଗୁଳି ଜବତ କରିଛି । ଗୋଟିଏ କାର୍ ଓ ଦୁଇଟି ବାଇକ୍ ଜବତ କରିଛି । ତିନି ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରା ଉଚରା କରିଥିଲା ପୁଲିସ । ସନ୍ତୋଷଜନକ ଜବାବ ନପାଇବାରୁ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।