କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପରୀକ୍ଷା ନିୟନ୍ତ୍ରକ ଭାବେ ଧରଣୀଧର ପାତ୍ରଙ୍କୁ ନିଯୁକ୍ତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଶ୍ରୀ ପାତ୍ର ଏବେ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଏଡିଇଓ) ଅଛନ୍ତି । ଖୁବ୍ ଶୀଘ୍ର ରିଲିଭ୍ ହୋଇ ବୋର୍ଡ କାର୍ଯ୍ୟାଳୟରେ ଯୋଗ ଦେବାର ଅଛି ।
ବୋର୍ଡ କଂଟ୍ରୋଲର ପଦବି ଖାଲି ଥିବାରୁ ଡେପୁଟି କଂଟ୍ରୋଲର ଚକ୍ରଧର ବେହେରା ଇନ୍ଚାର୍ଜ କଂଟ୍ରୋଲର ଦାୟିତ୍ୱ ସମ୍ଭାଳିଥିଲେ । ମାଟ୍ରିକ୍ ପାଇଁ ବୋର୍ଡ ମାସେ ହେଲା ପ୍ରସ୍ତୁତି ଚଳାଇଛି । ତା\’ରି ଭିତରେ ଇନ୍ଚାର୍ଜ କଂଟ୍ରୋଲରଙ୍କୁ ବଦଳି କରାଯାଇଛି । ଧରଣୀଧର ପାତ୍ରଙ୍କ ଯୋଗଦାନ ପରେ ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି ତ୍ୱରାନ୍ୱିତ ହେବ ।