ଭୁବନେଶ୍ୱର: ଭୁବନେଶ୍ୱରରେ ଫୁଟିଲା ବୋମା। ସ୍କୁଲ ଗେଟ୍ ସାମ୍ନାରେ ବୋମା ବିସ୍ଫୋରଣ କଲେ ଅଜଣା ବ୍ୟକ୍ତି। ଯାହାକୁ ନେଇ ଭୟରେ ରାଜଧାନୀ ବାସି।
ତେବେ ସୂଚନାନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଭୁବନେଶ୍ୱରରେ ବୋମା ବିସ୍ଫୋରଣ ହୋଇଥିବା ଘଟଣା ପୁରା ରାଜଧାନୀକୁ ଦୋହଲାଇ ଦେଇଛି। ତାହା ପୁଣି କେନ୍ଦ୍ରୀୟ ସ୍କୁଲ ଗେଟ୍ ସାମ୍ନାରେ। ମଞ୍ଚେଶ୍ୱର ରେଲଓ୍ୱେ କଲୋନୀରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ର ମୁଖ୍ୟ ଫାଟକ ସାମ୍ନାରେ ସକାଳ ପ୍ରାୟ ୮ଟା ସମୟରେ ବୋମା ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି।
ହେଲେ ଏହି ବିସ୍ଫୋରଣ କିଏ କଲା କାହିଁକି କଲା ତାହା ଏବେସୁଦ୍ଧା ଜଣାପଡିନଥିବା ବେଳେ କିଛି କ୍ଷୟକ୍ଷତି ହୋଇନଥିବା ରିପୋର୍ଟ ଆସିଛି। ସିସିଟିଭି ଆଧାରରେ ଘଟଣାସ୍ଥଳରେ କମିସନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି।