ଟ୍ରକ ଧକ୍କାରେ ବାପା ଓ ପୁଅର ମୃତ୍ୟୁ

ଅନୁଗୁଳ : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅର ଜୀବନ। ଟ୍ରକ ଧକ୍କାରେ ବାପା ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭଣଜାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ବାଙ୍କଧରା ଛକ ନିକଟରେ ଘଟିଛି। ବାଇକରେ ବାପା,ପୁଅ ଓ ଭଣଜା ଯାଉଥିବା ସମୟରେ ଏକ କୋଇଲା ଟ୍ରକ ଏମାନଙ୍କୁ ଧକ୍କା ଦେବା ପରେ ବାଇକ ଉପରେ ଚଢି ଯାଇଥିଲା। ମୃତାହତ ସୁନାଖଣି ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।