କଟକ,(ଏସ୍ ନ୍ୟୁଜ): କଟକରେ କାୟା ମେଲାଇଲାଣି କରୋନା। ଗତ ୨ ଦିନରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ବାହାରିଛନ୍ତି ୧୭ ଆକ୍ରାନ୍ତ। ଆକ୍ରାନ୍ତମାନେ ଶିକ୍ଷାନୁଷ୍ଠାନର କର୍ମଚାରୀ ବୋଲି ଜଣାପଡ଼ିଛି। ତେଣୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲର କର୍ମଚାରୀ ଓ ଅନ୍ତେବାସୀ ଆକ୍ରାନ୍ତ ହୋଇଥିବାରୁ ସିଏମସି ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ କଟକର ଏକ ଘରୋଇ କଲେଜରୁ ୨୫ ଜଣ ଆକ୍ରାନ୍ତ ହୋଇଥିଲେ ।