ଆହୁରି ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା ରାଜ୍ୟକୁ ଆସୁଛି

ଭୁବନେଶ୍ବର: ରାଜ୍ୟରେ ଟିକା ଅଭାବରୁ ଟିକାକରଣ ବନ୍ଦ ନେଇ ଗତକାଲିଖବର ଆସିଥିଲା । ଏନେଇ ମନ୍ତ୍ରୀ ସୁଶାନ୍ତ ସିଂ ଟିକା ଯୋଗାଣରେ କେନ୍ଦ୍ର ସରକାର ପାତରଅନ୍ତର ନୀତି ଅବଲମ୍ବନ କରୁଥିବା କଥା କହିଥିଲେ । ଏହା ପରେ ଆଜି ରାଜ୍ୟକୁ ଆଉ ୨ ଲକ୍ଷ ୭୧ ହଜାର କୋଭିସିଲ୍ଡ ଟିକା କେନ୍ଦ୍ରରୁ ଆସୁଥିବା ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସେ ଆହୁରି ବି କହିଛନ୍ତି ଯେ ଆଜି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି। ୭୭୫ଟି କାର୍ଯ୍ୟକ୍ଷମ ହେଉଛି। ଭୁବନେଶ୍ୱରରେ ସମେତ ୮ଟି କର୍ମକ୍ଷେତ୍ରରେ ଟିକାକରଣ ଆରମ୍ଭ ହୋଇଛି। ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ଖୋର୍ଦ୍ଧା, ଭୁବନେଶ୍ୱର କର୍ମକ୍ଷେତ୍ରରେ ଟିକାକରଣ ଚାଲିଥିବା ସୂଚନା ରହିଛି। ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ମୁତାବକ ଆଜି ଦିନ ୧.୫୦ ମିନିଟରେ ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଏହା ପରେ ସେଠାରୁ ଟିକାକୁ ଷ୍ଟକ ପଏଣ୍ଟକୁ ଆଣି ଆବଶ୍ୟକ ମୁତାବକ ବିଭିନ୍ନ ଟିକାକରଣ କେନ୍ଦ୍ରକୁ ପଠାଯିବ ।