OYOରେ ପେଡ଼୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଭୁବନେଶ୍ୱରେ ଦେୟ ପେଡ଼୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କରିଛି BMC । ୨ ଟି OYO ହୋଟେଲକୁ ପେଡ଼୍ କ୍ୱାରେଣ୍ଟାଇନ୍ ଓ ଗୋଟିଏ ହୋଟଲେକୁ ପେଡ଼୍ ଆଇସୋଲେସନ୍ କରାଯାଇଛି । ଏଥିରେ ୪୦ ଟି ରୁମ୍ କରାଯାଇଥିବା ବେଳେ ଏସି ରୁମ୍ ପାଇଁ ୧୪୯୯ ଟଙ୍କା ଏବଂ ସାଧାରଣ ରୁମ୍ ପାଇଁ ୧୦୯୯ ଟଙ୍କା ମୂଲ୍ୟ ରଖାଯାଇଛି । ଏହି ସବୁ OYO ହୋଟେଲର ସୁବିଧା ଘାଟିକିଆ,ପଟିଆ ଏବଂ ଗଜପତିନଗରରେ ରହିଛି । ସେଠାରେ ସ୍ୱାସ୍ଥ୍ୟଗତ ପରାମର୍ଶ ଲାଗି ଡ଼ାକ୍ତରଙ୍କ ଉପଲବ୍ଧି ମିଳିବ । ଭୁବନେଶ୍ୱରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ସେହିପରି ଗତ ୨୪ ଘଣ୍ଟାରେ ୧୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୧୫ ଜଣ କ୍ୱାରେଣ୍ଟାଇନରେ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୨୬ ରହିଛି ।