ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ….

ଭୁବନେଶ୍ୱର : ପୁଣି ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସତର୍କ ସୂଚନା ଜାରି କରାଯାଇଛି। ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ହେବା ସହ ତାତିରୁ ନିସ୍ତାର ମିଳିବ ନାହିଁ। ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲା ପାଇଁ ସତର୍କତା ଜାରି କରାଯାଇଛି। ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ସମ୍ଭାବନା ରହିଛି। ଆଭ୍ୟନ୍ତରରେ ୩ ରୁ ୫ ଓ ଉପକୂଳରେ ୨ ରୁ ୩ ଡିଗ୍ରୀ ଅଧିକ ରହିବ। ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହର ପ୍ରଭାବ ରହିବ ବୋଲି ସୂଚନା ମିଳିଛି। ଗତ କିଛି ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରୁଥିବା ସହ ଅସହ୍ୟ ଗରମ କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।