ରାଶିଫଳ ଗୁରୁବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ରାଶିଫଳ ଗୁରୁବାର, ଜାଣନ୍ତୁ ଆପଣଙ୍କ ଦିନ

ମେଷ: ଅର୍ଥ ଲାଭ ହେବ । ଆଜି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି । ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ସାୟାହ୍ନେ ଅନୁଭବ କରିବେ । ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାର ସୂଚନା ରହିଛି । କିନ୍ତୁ ଅର୍ଥ ସଂକଟ ମଧ୍ୟରେ ଗତି କରିବାକୁ ହିଁ ପଡିବ।

ବୃଷ: ସାମାନ୍ୟ ସୁସ୍ଥ ଅନୁଭବ କରିବେ । ବ୍ୟବସାୟୀମାନେ ବିଜୟୀ ହେବେ । ହଠାତ୍ ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧପଡ କରିବାକୁ ପଡିପାରେ । ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବା ଆଶଙ୍କା ରହିଛି । ପରିବାରର ନାମ ଅର୍ଜନ କରିବେ । ସାମୟିକ ଭାବରେ ପୁରାତନ ରୋଗରୁ ପୀଡା ଅନୁଭବ କରିପାରନ୍ତି ।

ମିଥୁନ: ପରିବାରର ନାମ ଅର୍ଜନ,ଅର୍ଥ ହାନୀ,ସୁ ସମ୍ବାଦ ପାଇବେ । ପ୍ରତ୍ୟେ କ୍ଷେତ୍ରରେ ସମସ୍ୟା ବଢି ବଢି ଯାଉଥିବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ । ସଂକୋଚ ବଶତଃ ବନ୍ଧୁଙ୍କ ନିକଟରେ ମନକଥା କହିପାରିବେ ନାହିଁ । ବ୍ୟବସାୟ ଓ ପରିବହନ ମଧ୍ୟ ସାମୟିକ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ନୂଆ ବ୍ୟବସାୟ କ୍ଷତି ହେବ ।

କର୍କଟ: ନିସ୍ୱାର୍ଥ ପର ଭାବେ ସେବା, କାର୍ଯ୍ୟରେ ସଫଳ, ବିଦ୍ୱାନ୍ ହେବେ । ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୌନସି ଅନୁଚିନ୍ତା ସାୟାହ୍ନେ ଦୂର ହେବ । ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ । ଅଫିସ୍ ରୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି । ଦେହ ଅସୁସ୍ଥ ଅନୁଭବ କରିବେ ।

ସିଂହ: ସାମାନ୍ୟ ସୁସ୍ଥ ଅନୁଭବ କରିବେ । ଆଜି କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । ପ୍ରତିଭାବାନ ସହ ସଠିକ୍ ନିର୍ଣ୍ଣୟ ନେବେ ।

କନ୍ୟା: ଧାର୍ମିକ ହେବେ । କାର୍ଯ୍ୟରେ ସଫଳ ହେବେ । ନୂଆ ବ୍ୟବସାୟ ଲାଭ ହେବ । ଅର୍ଥାଭାବ କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସ୍ୱାର୍ଥର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିପାରନ୍ତି ।

ତୁଳା: ସ୍ୱାସ୍ଥ୍ୟ ଭଲରହିବ । କାର୍ଯ୍ୟ ତତ୍ପର,ନୂଆ ବ୍ୟବସାୟରେ କ୍ଷତି ହେବ ।ସୁଖ, ସୌହାର୍ଦ୍ଦ୍ୟ ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । କୌନସି ଜିନିଷ କ୍ରୟ କରିବା ସକାଶେ ହଠାତ୍ ମୋଟ ଅଙ୍କର ଅର୍ଥ ଆବଶ୍ୟକତା ପଡିପାରେ ।

ବିଛା: ବାଣିଜ୍ୟେ ବସତେ ଲକ୍ଷ୍ମୀ ତେଣୁ ବ୍ୟବସାୟର ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବା ଫଳରେ ମନଟା ଭଲ ଲାଗିବ ନାହିଁ । ଅପରାହ୍ନରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ଆକସ୍ମିକ ଅର୍ଥ ଲାଭ କାରଣରୁ ମନ ପ୍ରଫୁଲ୍ଲ ରହିବ । ଉନ୍ନତିର ମାର୍ଗ ମିଳିବ ।

ଧନୁ: କ୍ରୀଡା,କଳା, କାରିଗରି ପ୍ରଭୃତି କ୍ଷେତ୍ରର ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଈର୍ଷାପରାୟଣ ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ସମସ୍ୟା ବୃଦ୍ଧି କରିବା ଆଶଙ୍କା ରହିଛି । ଧର୍ଯ୍ୟବାନ୍ ହେବେ । ଜମିଜମାରେ କିମ୍ବା ରେଜଷ୍ଟ୍ରେଶନ ସମ୍ପର୍କୀୟ ସମସ୍ୟାକୁ ନେଇ ବିବ୍ରତ ରହିପାରନ୍ତି । ସୁସ୍ଥ ରହିବେ।

ମକର: ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ବନ୍ଧୁଙ୍କ ସାହାର୍ଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ପଡୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ଟିକିଏ କଥାରେ ରାଗି ଯାଇ ଯାହା ତାହା କହିବା କାରନରୁ କିଛି ସମସ୍ୟା ଆସିପାରେ । ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

କୁମ୍ଭ: କର୍ମ ଲାଭଜନକ ହେବ । ସମସ୍ୟାକୁ ପ୍ରତିହତ କରି କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ । ଏକ ଭିନ୍ନ ପରିସ୍ଥିତିରେ ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅର୍ଥ ହାନୀ ହେବ ।

ମୀନ: ନୂଆ ବ୍ୟବସାୟ ଲାଭ ହେବ । ସମସ୍ୟା ରହିଥିଲେ ମଧ୍ୟ ହାତକୁ ନେଇଥିବା କାମ ଅଟକିବ ନାହିଁ । ସନ୍ତାନମାନଙ୍କ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ । ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି । ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।