ଦୌଡ଼ରାଣି ଦୂତୀ ପାଇବେ ‘ଅର୍ଜୁନ’

ଭୁବନେଶ୍ୱର(ଏସ୍ ନ୍ୟୁଜ): ବହୁ ଦିନର ଆଶା ଶେଷରେ ପୂରଣ ହୋଇଛି। ବହୁବାର ନିରାଶ ହେବାପରେ ଶେଷରେ ସ୍ପ୍ରିଣ୍ଟ କୁଇନ୍ ଦୂତୀଙ୍କ ନାମ ଅର୍ଜୁନ ପୁରସ୍କାର ଲାଗି ଯୋଗ୍ୟ ବିବେଜିତ ହୋଇଛି। ଏନେଇ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

https://twitter.com/dpradhanbjp/status/1296784384419274753?ref_src=twsrc%5Etfw

ଦୂତୀଙ୍କ ସମେତ ବିଭିନ୍ନ ବର୍ଗରୁ ମୋଟ ୨୭ ଜଣ କ୍ରୀଡ଼ାବିତଙ୍କୁ ମିଳିବ ଅର୍ଜୁନ ପୁରସ୍କାର। ଲିଷ୍ଟରେ ବ୍ୟାଡ଼ମିଣ୍ଟନ ଖେଳାଳି ସ୍ୱସ୍ତିକ ରେଡ୍ଡି, ଚିରାଗ ସେଠୀ, ବକ୍ସର ଏମ୍ କୌଶିକ୍, ଫାଷ୍ଟ୍ ବୋଲର ଇଶାନ୍ତ ଶର୍ମା, କ୍ରିକେଟର ଦୀପ୍ତି ଶର୍ମା, ହକି ତାରକା ଆକାଶଦୀପ ସିଂ, ସୁଟର ମନୁ ଭାକର, ସୌରଭ ଚୌଧୁରୀ ପ୍ରମୁଖ ରହିଛନ୍ତି।

ତେବେ ତାଲିକାରେ ଦୂତୀଙ୍କ ନାମ ଆସିବା ସାରା ରାଜ୍ୟ ପାଇଁ ଖୁସିର ଖବର। ଏକମାତ୍ର ଭାରତୀୟ ଭାବେ ଦୂତି ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ଏଥିସହ ଏସିଆନ୍ ଗେମ୍ସରେ ସେ ଦୁଇଟି ରୌପ୍ୟ ପଦକ ପାଇଛନ୍ତି। ଅର୍ଜୁନ ପୁରସ୍କାର ଲାଗି ତାଙ୍କ ନାମ ଘୋଷଣା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।