ଜୁଲାଇ ୨୨ ତାରିଖରୁ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୨୫ ତାରିଖରେ ଉପସ୍ଥାପନ ହେବ ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟ୍। ସୂଚନା ଅନୁସାରେ, ଜୁଲାଇ ୨୨ରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ତା ଉପରେ ଧନ୍ୟବାଦ ପ୍ରସ୍ତାବ ଏବଂ ୨୩ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂପର୍କରେ ଆଲୋଚନା ହେବ । ୨୩ ତାରିଖରେ ହେବ ଉପବାଚସ୍ପତି ନିର୍ବାଚନ ସଂପର୍କରେ ଘୋଷଣା । ଜୁଲାଇ ୨୪ରେ ହେବ ଉପବାଚସ୍ପତି ନିର୍ବାଚନ । ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ ।

ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ, ପ୍ରଥମ ଥର ପାଇଁ ମୋହନ ସରକାର ଏଥର ବିଧାନସଭା ଅଧିବେଶନରେ ବଜେଟ୍ ଉପସ୍ଥାପନ କରିବେ । ବିଜେଡି ଏଥର ପ୍ରଥମକରି ବିରୋଧୀ ଆସନରେ ନଜର ଆସିବ । ତେଣୁ ଏଥର ବିଧାନସଭା ଅଧିବେଶନରେ ଶାସକ-ବିରୋଧୀଙ୍କ ଭିତରେ କଡା ମୁକାବିଲା ଦେଖିବାକୁ ମିଳିପାରେ । ଖାସ୍ କରି ବିରୋଧୀ ବିଜେଡି, ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ଶାସକ ବିଜେପି ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବାକୁ ଅଣ୍ଟାଭିଡୁଛି ।

୨୪ ବର୍ଷ ପରେ ସରକାର ବଦଳିଛି। ବିଜେପି ସରକାରକୁ ଆସିଛି। ପ୍ରଥମ କରି ଓଡ଼ିଶା ବିଧାନସଭାରେ ବଜେଟ ଉପସ୍ଥାପନ କରିବ ବିଜେପି। ତେବେ ଏହା ବିଜେପି ପାଇଁ କେତେ ଚାଲେଞ୍ଜିଂ ରହିବ ଏବଂ ବଜେଟରେ କାହା ଉପରେ ରହିବ ଗୁରୁତ୍ଵ ତା ଉପରେ ସମସ୍ତଙ୍କ ନଜର।