ଶରୀର ପାଇଁ କେତେ ଉପକାରୀ ସଜନା ଶାଗ, ଜାଣନ୍ତି କି ?

ସଜନା ଶାଗରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ଭଲ ପରିମାଣର ପୋଷକ ତତ୍ତ୍ୱ ରହିଥାଏ। ଯାହା ଫଳରେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ।

• ସଜନାରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ରକ୍ତହୀନତାକୁ ରୋକିବାରେ ସହାୟକ ହୋଇଥାଏ। ରକ୍ତରେ ହେମୋଗ୍ଲୋବିନ୍ ସୃଷ୍ଟି କରେ ଯାହା ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ। ଏହା ସହ ଭିଟାମିନ୍ ସି ଆଇରନ୍ ଅବଶୋଷଣରେ ମଧ୍ୟ ସାହାଯ୍ୟ କରେ।

• ଥାଇରଏଡ୍ ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ ଉପଯୋଗୀ । ସଜନା ଶାଗରେ ଆୟୋଡିନ୍, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ସି ଏବଂ ଇ, ଜିଙ୍କ ଏବଂ ସେଲେନିୟମ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ଯାହାକି ଆୟୋଡିନ୍ ଥାଇରଏଡ୍ ହରମୋନ୍ ସନ୍ତୁଳନ କରିବାରେ ସାହାଯ୍ୟ କରେ।

• ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସଜନା ଶାଗରେ ପୋଟାସିୟମ ଥାଏ ଯାହା ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

• ଯେଉଁମାନଙ୍କର ଡାଇବେଟିସ ସମସ୍ୟା ଥାଏ ସେମାନେ ସଜନା ଶାଗର ଜୁସ ସେବନ କଲେ ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ ।

• ଯଦି ଆପଣ ନିଜ ଶରୀରର ଚର୍ବିକୁ ହ୍ରାସ କରିବାକୁ ଚାହାନ୍ତି ସଜନା ଶାଗ ସେବନ କରନ୍ତୁ,ଏହା ମେଟାବୋଲିଜିମକୁ ଦୂର କରିଥାଏ,ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ ।

• ମୁଣ୍ଡରୁ କେଶ ଝଡ଼ିବା ସମସ୍ୟା ଓ ରୁପି ହେବା ସମସ୍ୟାରୁ ରକ୍ଷା ପାଇବାପାଇଁ ଏହାକୁ ସେବନ କରନ୍ତୁ ।