ଆଇଏଏସ୍ ସ୍ତରରେ ଅଦଳବଦଳ: ସଂଜୟ କୁମାର ସିଂହଙ୍କୁ ନୂଆ ବିଏମସି କମିଶନର,ବିଡିଏର ଉପାଧ୍ୟକ୍ଷ ତଥା ସ୍ମାର୍ଟ ସିଟିର ସିଇଓ ଦାୟିତ୍ୱ

ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୧୨.୫: କରୋନା ସଂକ୍ରମଣର ଦ୍ୱିତୀୟ ଲହର ରାଜଧାନୀରେ ଚିନ୍ତା ବଢ଼ାଇଛି । ପ୍ରତ୍ୟେକ ଦିନ ଏକ ହଜାର ଉପରେ ନୂଆ ପଜିଟିଭ ସଂଖ୍ୟା । କିଛି ଅମାନିଆଙ୍କ ପାଇଁ ରାଜଧାନୀରେ କରୋନା ଆକ୍ରାନ୍ତ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଅମାନିଆଙ୍କୁ ସାବାଡ କରିବାରେ ବିଫଳ ହୋଇଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ଉପରେ ରାଜ୍ୟ ସରକାର ଖପ୍ପା ହୋଇଥିବା ଏକ ପ୍ରକାର ଚର୍ଚ୍ଚାର ଜୋର ଧରିଥିଲା ।
ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ଆଜି ହଠାତ ତାଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂଙ୍କୁ ନୁତନ ବିଏମସି କମିଶନର ଭାବରେ ନିଯୁକ୍ତି ମିଲିଛି । ସଞ୍ଜୟ କୁମାର ସିଂ ନୂଆ ବିଏମସି କମିଶନର ଦାୟିତ୍ୱ ନେବା ସହ ବିଡିଏର ଉପାଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ । ସ୍ମାର୍ଟ ସିଟିର ସିଇଓ ଦାୟିତ୍ୱ ମଧ୍ୟ ସଞ୍ଜୟ ସିଂହ ନେବେ । ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ପ୍ରମେଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ଦାଇତ୍ୱ ଦିଆଯାଇଛି । ସେ ଏବେ ବିଡିଏ ଉପାଧ୍ୟକ୍ଷ ସହିତ ସ୍ମାର୍ଟ ସିଟିର ସିଇଓ ଭାବରେ କାର୍ଯ୍ୟ କରିବେ । ତେବେ ଦକ୍ଷତା ବିକାଶ ଏବଂ ସୁଚନା ପ୍ରଶାରଣ ବିଭାଗରୁ ସଞ୍ଜୟ କୁମାର ସିଂଙ୍କୁ ବିଏମସି କମିଶନର ଭାବରେ ବଦଳି କରାଯାଇଛି । ତାଙ୍କ ସହିତ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଅତିରିକ୍ତ ଦାୟିତ୍ୱ ଏବଂ କ୍ରିଷନ କୁମାରଙ୍କୁ ଇଡକୋର ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ରିଷନ କୁମାର ଏବେ ପୂର୍ତ୍ତ ବିଭାଗ ସଚିବ ଦାୟିତ୍ୱରେ ଅଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ଅଛନ୍ତି କ୍ରିଷନ କୁମାର । PKDA ଅତିରିକ୍ତ ଦାୟିତ୍ୱରେ ଅଛନ୍ତି କ୍ରିଷନ କୁମାର। ତେବେ କରୋନା ମହାମାରୀ ପ୍ରାରମ୍ଭିକ ସମୟରେ ଭୂବନେଶ୍ୱର କମିଶନର ଭାବରେ କରୋନା ଲଢେଇକୁ ନିଜର ପ୍ରତ୍ୟକ୍ଷ ତତ୍ୱବ୍ୟଧାନରେ ଲଢୁଥିବା ବେଳେ ବର୍ତମାନର ବିଏମସି କମିଶନରଙ୍କ ଲୋକ ମାନଙ୍କ ମଧ୍ୟରେ ଏକ ଚିହ୍ନା ବିଏମସିର ଏକ ଚିହ୍ନା ମୁହଁ ହୋଇ ରହିବେ ।