ଆମ୍ବେଦକରଙ୍କ ପାଇଁ ଦେଶର ‘ଶୋଷିତ, ଦରିଦ୍ର, ଦଳିତ ବର୍ଗ’ ନ୍ୟାୟ ପାଇବାକୁ ସମର୍ଥ ହୋଇଛନ୍ତି: ସମୀର ମହାନ୍ତି

ବାବାସାହେବ ଆମ୍ବେଦକର ଭାରତବର୍ଷର ଅମୂଲ୍ୟ ରତ୍ନ

ସାମାଜିକ ସମରସତା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ବସ୍ତିକୁ ଯାଇ ସ୍ଥାନୀୟବାସିନ୍ଦାଙ୍କ ଗହଣରେ…

ଭୁବନେଶ୍ୱର, ତା.୧୪/୦୪: ଆଧୁନିକ ଭାରତ ଗଠନରେ ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ଅବଦାନ ଏବଂ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ବାବାସାହେବ କେବଳ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ ଯେ ଚିନ୍ତାକରୁଥିଲେ ତା’ନୁହେଁ, ବରଂ ସମାଜରେ ସମାନତା, ସାର୍ବଭୋ÷ମତ୍ୱ, ଓ ମହିଳା ସଶକ୍ତିକରଣ ଭଳି ବହୁବିଧ ଓ ବହୁ ଆୟାମୀ ଜନକଲ୍ୟାଣକାରୀ ବ୍ୟବସ୍ଥା ସମ୍ବିଧାନରେ ଯୋଡି ଭାରତୀୟ ଗଣତବକୁ ସଶକ୍ତ ତଥା ବଳିଷ୍ଠ କରିଥିଲେ । ସେ ଏକାଧାରରେ ‘ଶିକ୍ଷା ସଂର୍ଘଷ ତଥା ସଂଗଠନ’ ଭଳି ସ୍ଲୋଗାନ ପ୍ରବର୍ତନ କରି ସମାଜକୁ ଏକ ନୂଆ ଦିଗ୍‌ଦର୍ଶନ ଦେଇଥିଲେ । ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହୋଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ବାବାସାହେବ ଆମ୍ବେଦକର ଭାରତବର୍ଷର ଅମୂଲ୍ୟ ରତ୍ନ ଥିଲେ । ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମ୍ବିଧାନର ଅନେକ ଗୁଡ଼ିଏ ଦିଗ ରହିଛି । ତାଙ୍କର ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ଦୃଷ୍ଟିକୋଣ ଆଜି ବି ଉପଯୋଗୀ । ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ, ବଂଚିତ, ନିଷ୍ପେସିତ ଏବଂ ଆର୍ôଥକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତଥାନ ଏବଂ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା । ଆମେ ସମସ୍ତେ ବାବାସାହେବଙ୍କ ସାମାଜିକ ସମରସତାରେ ପ୍ରେରିତ ଏବଂ ତାଙ୍କ ସ୍ୱପ୍ନର ଭାରତ ନିର୍ମାଣ ପାଇଁ କଟିବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ରାଜ୍ୟ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଇଛି । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଏଜି ଛକରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଡ.ବିଭୁପ୍ରସାଦ ତରାଇ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସମେତ ବହୁ ରାଜ୍ୟପଦାଧିକାରୀମାନେ ବାବାସାହେବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଜଂଳୀ ଅର୍ପଣ କରିଛନ୍ତି । ପରେ ରାଜ୍ୟକାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀମାନେ ବାବାସାହେବଙ୍କ ଫଟୋରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଜଂଳୀ ଦେଇଥିଲେ ।
ସାମାଜିକ ସମରସତା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱର ବାପୁଜିନଗରସ୍ଥିତ କେଦାରପଲ୍ଲୀ ବସ୍ତିକୁ ଯାଇ ସ୍ଥାନୀୟବାସିନ୍ଦାଙ୍କ ଗହଣରେ ଅନୁଷ୍ଠିତ ‘ସହଭୋଜ’ରେ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ ଓ ଠାକୁର ରଣଜିତ ଦାସ, ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଡ.ବିଭୁପ୍ରସାଦ ତରାଇ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଜୟନ୍ତ ଜେନା, ସୁନିତୀ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।