ଖୁବଶୀଘ୍ର ଆସିବ ଆର୍‌ଆର୍‌ଆର୍‌ର ସିକ୍‌ୱେଲ!

ମୁମ୍ବାଇ : ଆର୍‌ଆର୍‌ଆର୍‌ ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖବର । ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌ର ସିକୱେଲ ଖୁବଶୀଘ୍ର ଆସିବ । ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌ ବକ୍ସ ଅଫିସରେ ୧୦୦୦ କୋଟିରୁ ଅଧିକ ଆୟ କରିଛି । ସେହିପରି ଏହି ଚଳଚ୍ଚିତ୍ର ସୁପରହିଟ ହେବା ପରେ ଏହାର ଦ୍ୱିତୀୟ ଭାଗ ନିର୍ମାଣକୁ ନେଇ ଚର୍ଚ୍ଚା ଚାଲିଛି ।

ଅନ୍ୟପକ୍ଷରେ ଆର୍‌ଆର୍‌ଆର୍‌ ସିକୱେଲ ନିର୍ମାଣ ନେଇ ନିର୍ଦ୍ଦେଶକ ଏସଏସ ରାଜାମୌଲି ଗ୍ରୀନ ସିଗନାଲ ଦେଇଥିବା ସୂଚନା ମିଳିଛି । ରାଜାମୌଲି କହିଛନ୍ତି ଯେ, ଆର୍‌ଆର୍‌ଆର୍‌ ଚଳିତବର୍ଷ ଏହା ରିଲିଜ ହୋଇଛି । ଆରଆରଆର ସୁପରହିଟ୍‌ ହେବା ନେଇ ମୁଁ ବହୁତ ଖୁସି । ମୋ ପାଇଁ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବା ଖୁସିର କଥା ହେବ । ସୂଚନାଯୋଗ୍ୟ ଯେ, ଆର୍‌ଆର୍‌ଆର୍‌ର ମୁଖ୍ୟ ଭୂମିକାରେ ରାମ ଚରଣ ଓ ଜୁନିୟର ଏନଟିଆର, ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଛି ।