କେନ୍ଦ୍ରୀୟ ଯୋଜନାର ସୁଫଳ ପାଉଥିବା ହିତାଧିକାରୀ ଏବଂ ଯୋଜନାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବ ଯୁବମୋର୍ଚ୍ଚା : ଇରାଶିଷ ଆଚାର୍ଯ୍ୟ

ଦେଶ ତଥା ଓଡ଼ିଶାର ଉନ୍ନତି ପାଇଁ ମୋଦି ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ଆରମ୍ଭ….

ଭୁବନେଶ୍ୱର, ତା.୧୩/୦୪: ଦେଶ ତଥା ଓଡ଼ିଶାର ଉନ୍ନତି ପାଇଁ ମୋଦି ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନାମାନ ଆରମ୍ଭ କରିଛନ୍ତି । ଅନ୍ୟପଟେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଏହି ଯୋଜନାଗୁଡିକ ରାଜ୍ୟରେ କାର୍ଯ୍ୟକାରୀ କରାଯାଉନାହିଁ । ଏହି ଯୋଜନାଗୁଡିକ ରାଜ୍ୟରେ କାହିଁକି ରାଜ୍ୟ ସରକାର କାର୍ଯ୍ୟକାରୀ କରୁନାହାନ୍ତି ? ରାଜ୍ୟ ସରକାରଙ୍କ ମନ୍ଦ ଆଭିମୁଖ୍ୟ କାରଣରୁ ଓଡିଶାବାସୀ କାହିଁକି କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବାରୁ ବଂଚିତ ହେବେ ? ଅନ୍ୟ ପଟେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଉଥିବା ହିତାଧରକାରୀ ଏବଂ ଯୋଜନାର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଆସନ୍ତା ୧୮ ଏବଂ ୨୦ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବେ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାଶିଷ ଆଚାର୍ଯ୍ୟ ସୁଚନା ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋର୍ଚ୍ଚାର ପ୍ରଭାରୀ ଭାବେ ଦାୟୀତ୍ୱ ନେଇଥିବା ରାଜ୍ୟ ସାଧାରଣ ସଂପାଦକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଆସନ୍ତା ୧୮ତାରିଖ ଦିନ ଯୁବ ମୋର୍ଚ୍ଚା ତରଫରୁ ନଗରାଂଚଳ ଓ ଗ୍ରାମାଂଚଳରେ ସ୍ୱଚ୍ଛ ବାରତ ସଂପର୍କରେ ସଚେତନତା ସୃଷ୍ଟି କରାଯାଇ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ସ୍ୱଚ୍ଛ ସୈନିକ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ଶୌଚାଳୟ ପାଇଥିବା ହିତାଧିକାରୀମାନଙ୍କୁ ସହ ଆଲୋଚନା କରିବା ସହିତ ସ୍ୱଚ୍ଛ ଭାରତ ସଂପର୍କରେ ସଚେତନତା ସୃଷ୍ଟି କରାଯିବ । ସେହିପରି ‘ୱାର୍ଡ ହେରିଟେଜ ଡେ’ ଉପଲକ୍ଷେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଥିବା ଐତିହ୍ୟସ୍ଥଳକୁ ଯାଇ ସେଠାରେ ଥିବା ମନ୍ଦିର, ନଦୀ, ପୁଷ୍କରଣୀ ବା ଐତିହାସିକ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରିବେ । ଆସନ୍ତା ୨୦ ତାରିଖ ଦିନ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଦେଶ ପାଇଁ ପ୍ରାଣ ହରାଇଥିବା ସୈନିକମାନଙ୍କୁ ସମ୍ମାନିତ କରିବେ ବୋଲି ଶ୍ରୀ ଆଚାର୍ଯ୍ୟ ସୁଚନା ଦେଇଛନ୍ତି ।

ଆଜିର ଏହି ବୈଠକରେ ବରିଷ୍ଠ ନେତା ଶାରଦା ଶତପଥୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡ଼ଜେନା, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ପ୍ରଭାରୀ ଶଶାଙ୍କ ରାଜ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଓମ୍‌ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଉପସଭାପତି ମାନସ ରଞ୍ଜନ ଦତ ଧନ୍ୟବାଦ ଅର୍ପଣ କରିଥିଲେ ।