ଜୁଲାଇରୁ ଭାରତର-ଇଂଲଣ୍ଡ ସିରିଜ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୭ରୁ ଭାରତର-ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଆରମ୍ଭ ହେବ । ଉକ୍ତ ସୀମିତ ଓଭର ସିିରିଜରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ୨ଟି ଲେଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଏହି ସିରିଜ ପୂର୍ବରୁ ଭାରତୀୟ ଟିମ ଦୁଇଟି ୱାର୍ମଅପ ମ୍ୟାଚ ଖେଳିବ । ସେହିପରି ଏହି ଦୁଇଟି ମ୍ୟାଚ୍‌ ଭାରତର ଗତବର୍ଷ କୋଭିଡ ସଂକ୍ରମଣ କାରଣରୁ ବାତିଲ ହୋଇଥିବା ଶେଷ ଟେଷ୍ଟ୍‌ ଖେଳାଯିବା ଅବସରରେ ଅନୁଷ୍ଠିତ ହେବ । ଉକ୍ତ ଟେଷ୍ଟ ଏଜବାଷ୍ଟନଠାରେ ଜୁଲାଇ ୧ରୁ ଖେଳାଯିବ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଖେଳାଯାଇଥିବା ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ସେହିପରି ଉପରୋକ୍ତ ୱାର୍ମଅପ ମ୍ୟାଚ ନେଇ ଦୁଇ କାଉଣ୍ଟି ଟିମର ୱେବସାଇଟରେ ମଧ୍ୟ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଜୁଲାଇ ୭ରୁ ଟି-୨୦ ଓ ଜୁଲାଇ ୧୨ରୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ ଆରମ୍ଭ ହେବ । ଏହା ପୂର୍ବରୁ ଭାରତୀୟ ଟିମ ଜୁନ ୨୬ ଓ ୨୮ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ମଧ୍ୟ ଦୁଇଟି ଟି-୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି ।