ଏସଏଫଡିଆ ବୁଷ୍ଟରର ସଫଳ ପରୀକ୍ଷଣ

ବାଲେଶ୍ୱର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଆଜି ଚାନ୍ଦିପୁର ଆଇଟିଆର ରେଂଜରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ (ଏସଏଫଡିଆର) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ସୂଚନାଯୋଗ୍ୟ ଯେ, ଆକାଶମାର୍ଗରେ ଏହାର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା । ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍‌ ମୋଟର ସମେତ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଥିଲା । ସଲିଡ ଫୁଏଲ ଡକ୍ଟେଡ ରାମଜେଟର ସଫଳ ପରୀକ୍ଷଣ ହେବା ପରେ ଡିଆରଡିଓକୁ ଏକ ନୂତନ ପ୍ରଯୁକ୍ତି ଲାଭ ମିଳିପାରିଛି ।

ଯାହାଫଳରେ ଆକାଶରୁ ଆକାଶମାର୍ଗକୁ ନିକ୍ଷେପ କରି ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରିବାରେ ସହାୟକ ହୋଇପାରିବ । ଏହାଛଡା ନୋଜଲ-ଲେସ ବୁଷ୍ଟର ଯୋଗୁ ସଂଖ୍ୟାଧିକ ରାମଜେଟ ଅପରେସନ ସହ ତାଳମେଳ ସ୍ଥାପନ କରିବାରେ ସହାୟତା ମିଳିପାରିବ । ଅନ୍ୟପକ୍ଷରେ ଡିଆରଡିଏଲ, ଆରସିଆଇ ଏବଂ ଏଚଇଏମଆରଏଲ ସମେତ ବିଭିନ୍ନ ଡିଆରଡିଓ ଲ୍ୟାବର ବରିଷ୍ଠ ବୈଜ୍ଞାନିକମାନେ ଏହି ନିକ୍ଷେପଣକୁ ଅନୁଧ୍ୟାନ କରିଥିଲେ ।