ଶାହବାଜଙ୍କୁ ମୋଦିଙ୍କ ପତ୍ର

ନୂଆଦିଲ୍ଲୀ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପତ୍ର ଲେଖି ଶୁଭକାମନା ଜଣାଇଛନ୍ତି । ଶାହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ପଦଭାର ସମ୍ଭାଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପତ୍ର ଲେଖିଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି । ଏହି ପତ୍ରରେ ଶୁଭକାମନା ସହ ଆତଙ୍କବାଦୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକ ପ୍ରଧାନମନ୍ତ୍ରୀ ଶାହବାଜଙ୍କୁ ମୋଦି କହିଛନ୍ତି । ସେହିପରି ଉଭୟ ଦେଶ ମଧ୍ୟରେ ଆଲୋଚନା ଏବଂ ଏକାଠି ମିଶି ଅନେକ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଏହି ପତ୍ରରେ ଉଲ୍ଲେଖ ରହିଥିବା ଜଣାପଡିଛି ।