ୟୁକ୍ରେନକୁ ପୁଣି ଆମେରିକାର ସହାୟତା

ନୂଆଦିଲ୍ଲୀ: ରୁଷ ଆକ୍ରମଣରେ ଛାରକାର ହୋଇଥିବା ୟୁକ୍ରେନକୁ ପୁଣି ୮୦୦ ମିଲିୟନ ଡଲାର ଅତିରିକ୍ତ ସେନା ସହାୟତା ପ୍ରଦାନ କରିବଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଏଥିରେ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ମଧ୍ୟ ସାମିଲ ରହିଛି । ରୁଷିଆର ସେନା ୟୁକ୍ରେନର ଦୋନବାସ ଅଞ୍ଚଳରେ ଆକ୍ରମଣ ପାଇଁ ସଜବାଜ ହେଉଥିବା ବେଳେ ଆମେରିକାର କ୍ରମାଗତ ଭାବେ ୟୁକ୍ରେନକୁ ସେନା ସହାୟତା ଯୋଗାଇବାକୁ ଘୋଷଣା କରିଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହେବା ପରେ ଏହି ବୟାନ ଦେଇଛନ୍ତି । ୟୁକ୍ରେନର ପୂର୍ବଭାଗରେ ରୁଷିଆର ସେନା ଆକ୍ରମଣ କରିପାରେ ।

ଏପର୍ଯ୍ୟନ୍ତ ୟୁକ୍ରେନକୁ ଆମେରିକା ଶକ୍ତିଶାଳୀ ଅସ୍ତ୍ର ଯୋଗାଇ ଦେଇଛି । ସେହିପରି ଆହୁରି ଅନେକ ଅସ୍ତ୍ର ଯୋଗାଇବ ବୋଲି ରାଷ୍ଟ୍ରପତି ବାଇଡେନ କହିଛନ୍ତି । ବାଇଡେନ କହିଛନ୍ତି ଯେ ଅତିରିକ୍ତ ହେଲିକପ୍ଟର ପାଇଁ ମୁଁ ମଞ୍ଜୁରୀ ଦେଇଛି । ଆମେରିକା ନିଜର ସହଯୋଗୀ ରାଷ୍ଟ୍ରକୁ ସବୁବେଳେ ସହାୟତା ପ୍ରଦାନ କରିବା ପାଇଁ ପସ୍ତୁତ ଅଛି । ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଆମେରିକା ଏପର୍ଯ୍ୟନ୍ତ ୧.୭ ବିଲିୟନ ଡଲାର ସୁରକ୍ଷା ସହାୟତା ଯୋଗାଇ ସାରିଲାଣି ।