ବଲାଙ୍ଗିର ସହରରେ ଘଟିଛି ଏକ ଛାତି ଥରା ସଡ଼କ ଦୁର୍ଘଟଣା : ଦୁର୍ଘଟଣାରେ ମାଁ,ଝିଅ ଙ୍କ ଜୀବନ ଚାଲିଯାଇଛି
ସହରରେ ଘଟିଛି ଏକ ଛାତି ଥରା ସଡ଼କ ଦୁର୍ଘଟଣା …
ବଲାଙ୍ଗିର: ସହରରେ ଘଟିଛି ଏକ ଛାତି ଥରା ସଡ଼କ ଦୁର୍ଘଟଣା ଦୁର୍ଘଟଣାରେ ମାଁ,ଝିଅ ଙ୍କ ଜୀବନ ଚାଲିଯାଇଛି । ସହରର ଗାନ୍ଧୀନଗରପଡ଼ା ରାଜ ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଦୁଇ ମାଁ ଝିଅ ଏକ ସ୍କୁଟିରେ ଗାନ୍ଧୀନଗରପଡ଼ା ଦେଇ ସମ୍ବଲପୁର ରାସ୍ତାରେ ଥିବା ସମଲେଶ୍ୱରୀ ନର୍ସିଂ ହୋମ୍ କୁ ଯାଉଥିଲେ । କାଦୁଅ ପଚ ପଚ ରାସ୍ତା ଯୋଗୁଁ ରାଜ ହୋଟେଲ ନିକଟରେ ତାଙ୍କ ସ୍କୁଟି ସ୍ଲିପ କରାଯାଇଥିଲା ଓ ତାଙ୍କୁ ହାଇୱା ଗାଡ଼ି ଧକ୍କା ଦେଇ ତାଙ୍କ ଉପରକୁ ଚଢେଇ ଦେଇଥିଲା । ଘଟଣା ସ୍ଥଳର ହିଁ ମାଁ ଝିଅଙ୍କ ଜୀବନ ଚାଲି ଯାଇଥିବା ବେଳେ ମାଁ ଝିଅ ଦୁହେଁ ବଲାଙ୍ଗିରର ସହରର ତାଲପାଲି ପଡ଼ାର ବୋଲି ଜଣାପଡିଛି । ଟାଉନ ଥାନା ପୋଲିସ ପହଞ୍ଚି ଉଭୟ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଦୁର୍ଘଟଣା କୁ ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ସେମାନଙ୍କ ଅଭିଯୋଗ ଯେ ଜଳାଶୟ ଉଦ୍ଧାର ବେଳେ ରାସ୍ତା ଉପରେ ପଡି ରହିଥିବା ମାଟି ପାଇଁ ହିଁ ଏଭାଲି ଦୁର୍ଘଟଣା ଘଟିଛି । ସହରରେ ଜଳାଶୟ ଗୁଡିକର ପଙ୍କ ଉଦ୍ଧାର କାମ ଚାଲୁଛି, ଆଉ ସେହି ଜାଗାର ମାଟି ନେଲା ବେଳେ ରାସ୍ତା ଉପରେ ପଡୁଛି । ଟ୍ରିପ ଟ୍ରିପ ମାଟି, ଯେଉଁଥି ପାଇଁ ରାସ୍ତା ଅବସ୍ଥା ବେହାଲ ହେଇଯାଇଛି । ଯୁଆଡେ ଦେଖିବେ ରାସ୍ତା ସାରା ମାଟି ହିଁ ମାଟି । ଯାହା ଫଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଆଉ ଶେଷରେ ଦୁଇ ମାଁ ଝିଅଙ୍କ ଜୀବନ ଚାଲି ଯାଇଛି ବୋଲି ଜନ ସାଧାରଣ ଏକ ବଡ଼ ଅଭିଯୋଗ କରିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ