ଆଦର୍ଶ ଶିକ୍ଷକ ଗୋପାଳକୃଷ୍ଣ ସାରଙ୍କ ବିୟୋଗରେ ଅଞ୍ଚଳରେ ଶୋକ।

ଜଳେଶ୍ୱର,(ନିପ୍ର): ଚାକିରୀ ନ କରି ଗାଁ କୁ ଗାଁ ବୁଲି ବୁଲି ପାଠ ପଢ଼ାଇ ପିଲାଙ୍କୁ ମଣିଷ କରିଥିବା ଟିଉସନ ସାର ଆଉ ନାହାନ୍ତି। ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାଇବଣିଆ ଅଞ୍ଚଳର କୁଆଁରପୁର ଗ୍ରାମର ୪୭ ବର୍ଷୀୟ ଗୋପାଳକୃଷ୍ଣ କରଣ ୩ ବର୍ଷ ପୂର୍ବରୁ ହୃଦ ରୋଗରେ ପିଡୀତ ରହି ଗତ ଜାନୁଆରି ମାସରେ ଅସ୍ତ୍ରୋପଚାର ହୋଇଥିଲେ। ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ବାଲେଶ୍ୱର ଚିକିତ୍ସା ପାଇଁ ନେଉଥିବା ସମୟରେ ଚମାରଗାଁ ନିକଟରେ ତାଙ୍କର ପ୍ରଣାବାୟୁ ଓଡ଼ି ଯାଇଥିଲା।
୧୯୯୭ ମସିହରୁ ଅଦ୍ୟାବଧି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଟିଉସନ କରି ଆସୁଥିଲେ।କୁଆଁରପୁର ବିଶେଶ୍ୱର ନୋଡାଲ ସରକାରୀ ଉପ୍ରା ବିଦ୍ୟାଳୟ, ଜଗଦିଶଚନ୍ଦ୍ର ହାଇସ୍କୁଲ କୁଆଁରପୁର, ହାତୀଗର୍ଡ଼ ହାଇସ୍କୁଲ, ମୁଣୁତୁଣିଆ କୁଚିଙ୍ଗ ସେଣ୍ଟର ବ୍ୟତୀତ ତାଙ୍କ ଘର ପାଖାପାଖି ଗାଁ ଗୋପାଳପ୍ରସାଦ, ଗଡ଼ସାହି, ମୁଣୁତୁଣିଆ, ମାକିଡ଼ିଆ, ଖଣାବାର୍ଡ ଆଦି ଗ୍ରାମରେ ଘରକୁ ଘର ଯାଇ ପିଲାଙ୍କୁ ପାଠ ପଢ଼ୁଥିଲେ।ବିଶେଷ କରି ସେ ଗଣିତରେ ପାଠରେ ପାରଙ୍ଗମ ଥିଲେ। ତାଙ୍କ ପାଖରେ ପାଠ ପଢ଼ି ବହୁ ପିଲା ସରକାରୀ ବେସରକାରୀ ସଂସ୍ଥାରେ ଚାକିରୀ କାରିଛନ୍ତି।
ତାଙ୍କ ମୃତ୍ୟୁ ଖବର ପାଇ ବହୁ ଛାତ୍ରଛାତ୍ରୀ, ଗ୍ରାମ ଓ ପାଖାପାଖି ଗ୍ରାମର ଲୋକେ ଶେଷ ଦର୍ଶନ କରି ଆତ୍ମର ସଦଗତି କାମନା କରିଥିଲେ।ତାଙ୍କର ମୃତ୍ୟୁରେ ସମୀର ଘଡେଇ, ନବ କୁମାର ପାଳ, ବଳରାମ ପାଳ, ସୁମନ୍ତ ପାଳ ଏବଂ ସାମ୍ୱାଦିକ ଆଲୋକ ଘଡେଇଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଓ ଦୁଇ ପୁଅ ଉପସ୍ଥିତ ଥିଲେ। ଗାଁ ଶ୍ମଶାନରେ ତାଙ୍କର ଶବ ଦାହ ହୋଇଥିବା ବେଳେ ତାଙ୍କର ବଡ଼ ପୁଅ ଚିକୁ ଓ ସାନ ପୁଅ ସତ୍ୟସାଇ ମୁଖାଗ୍ନୀ ଦେଇଥିଲେ।ଜଣେ ଦକ୍ଷ ଶିକ୍ଷକଙ୍କ ବିୟୋଗରେ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ପ୍ରକାଶ କରିଥିଲେ।